India Today
୨୦୨୧ରେ ମିସେସ୍ ଇଣ୍ଡିଆ ଉପାଧି ଜିଣିଥିବା ନବଦୀପ କୌର ବିଶ୍ବ ଦରବାରରେ ଭାରତକୁ ଗୌରବାନ୍ବିତ କରିଛନ୍ତି। ଆମେରିକାର ଲାସ୍ ଭେଗାସ୍ରେ ଆୟୋଜିତ ମିସେସ୍ ଓ୍ୱାର୍ଲଡ୍ ୨୦୨୨ ପ୍ରତିଯୋଗିତାର ନବଦୀପ ଜାତୀୟ ପରିଧାନ ରାଉଣ୍ଡ୍ରେ ଭାଗ ନେଇ ଶ୍ରେଷ୍ଠ ପରିଧାନ ଉପାଧି ହାସଲ କରିଛନ୍ତି।
ସଂପୂର୍ଣ୍ଣ ରୂପେ ସୁନାରେ ଗଢ଼ାହୋଇଥିବା ତାଙ୍କର ଏହି ପୋଷାକ ସଭିଙ୍କ ଧ୍ୟାନ ଆକର୍ଷଣ କରିଥିଲା। କୁଣ୍ଡଳିନୀ ଚକ୍ରରୁ ପ୍ରେରଣା ନେଇ ଏଗି ଜାସ୍ମିନ୍ ନାମ୍ମୀ ଡିଜାଇନର୍ ଏହି ପରିଧାନ ପ୍ରସ୍ତୁତ କରିଛନ୍ତି। ଏହା ଶରୀରର ତଳଭାଗରୁ ମେରୁଦଣ୍ଡ ଦେଇ ମୁକୁଟ ପର୍ଯ୍ୟନ୍ତ ଚକ୍ରମାନଙ୍କ ଜରିଆରେ ଶକ୍ତିର ଚଳନକୁ ସୂଚାଉଥିବା ପ୍ରକାଶ। ଭାରତର ରହସ୍ୟବାଦୀ ସର୍ପକୁ ଦର୍ଶାଇବା ପାଇଁ କାନ୍ଧରେ ନାଗ ସାପ ଆକୃତିର ଅଳଙ୍କାର ଖଚିତ ହୋଇଛି। ସେହିପରି ନୂତନତା, କ୍ଷମତା ଓ ପରାକ୍ରମର ପ୍ରଦର୍ଶନ ପାଇଁ ସ୍ବର୍ଣ୍ଣ ବର୍ଣ୍ଣର ଚୟନ କରାଯାଇଛି। ବ୍ରୋକାଡ୍, ଟୁଲେ ଓ କୋରିଆନ୍ ଚୁମ୍କି ଲୁଗାରେ ଏହି ପରିଧାନ ତିଆରି କରାଯାଇଛି। ଏହି ରାଜକୀୟ ପରିଧାନ ପ୍ରସ୍ତୁତିରେ ୫୦,୦୦୦ ରାଇନ୍ଷ୍ଟୋନ୍, ମୋତି ଓ କ୍ରିଷ୍ଟାଲ୍ ବ୍ୟବହୃତ ହୋଇଛି।
ସୂଚନାଯୋଗ୍ୟ, ଏବର୍ଷ ଯୁକ୍ତରାଷ୍ଟ୍ର ଆମେରିକାର ସାୟଲିନ୍ ଫୋର୍ଡ ମିସେସ୍ ଵାର୍ଲଡ୍ ମୁକୁଟ ଜିଣିଥିବା ବେଳେ ମିସେସ୍ ୟୁଏଇ ଓ ମିସେସ୍ ଜୋର୍ଡାନ୍ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
Follow Us