Advertisment

ଧନୁଷଙ୍କ ସହ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ମଧ୍ୟରେ ଆସିଲା ମୃଣାଲଙ୍କ ପ୍ରତିକ୍ରିୟା

Advertisment

ଗତ କିଛି ଦିନ ହେବ ଚର୍ଚ୍ଚା ହେଉଛି ଯେ, ଧନୁଷ ଅଭିନେତ୍ରୀ ମୃଣାଲ ଠାକୁରଙ୍କୁ ଡେଟ୍ କରୁଛନ୍ତି। ଦୁହିଁଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ଏହା ଉପରେ ମୃଣାଲ ପ୍ରତିକ୍ରିୟା ରଖିଛନ୍ତି।

ଗତ କିଛି ଦିନ ହେବ ଚର୍ଚ୍ଚା ହେଉଛି ଯେ, ଧନୁଷ ଅଭିନେତ୍ରୀ ମୃଣାଲ ଠାକୁରଙ୍କୁ ଡେଟ୍ କରୁଛନ୍ତି। ଦୁହିଁଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ଏହା ଉପରେ ମୃଣାଲ ପ୍ରତିକ୍ରିୟା ରଖିଛନ୍ତି।

New Project (1)

ମୁମ୍ବାଇ: ନିର୍ଦ୍ଦେଶକ ଐଶ୍ବର୍ଯ୍ୟା ରଜନୀକାନ୍ତ ଏବଂ ଅଭିନେତା-ନିର୍ଦ୍ଦେଶକ ଧନୁଷ ପରସ୍ପରକୁ ଛାଡ଼ପତ୍ର ଦେଇସାରିଛନ୍ତି। ବିବାହର ୨୦ବର୍ଷ ପ‌ରେ ସେ ଛାଡ଼ପତ୍ର ପାଇଁ ଆବେଦନ କରିବା ପରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏବେ ଛାଡ଼ପତ୍ର ପରେ ଧନୁଷଙ୍କୁ ତାଙ୍କର ନୂଆ ପ୍ରେମିକା ମିଳିଥିବା ଚର୍ଚ୍ଚା ହେଉଛି। ବିବାହ ବିଚ୍ଛେଦ ପରେ ଧନୁଷ ପୁଣି ଥରେ ପ୍ରେମ କରିବା ଆରମ୍ଭ କରିଥିବା ସାମ୍ନାକୁ ଆସିଛି। ଗତ କିଛି ଦିନ ହେବ ଚର୍ଚ୍ଚା ହେଉଛି ଯେ, ଧନୁଷ ଅଭିନେତ୍ରୀ ମୃଣାଲ ଠାକୁରଙ୍କୁ ଡେଟ୍ କରୁଛନ୍ତି। ଦୁହିଁଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି।

ଏଭଳି ଚର୍ଚ୍ଚା ମଧ୍ୟରେ ଏବେ ଅଭିନେତ୍ରୀ ମୃଣାଲ ଠାକୁର ନିଜର ପ୍ରତିକ୍ରିୟା ରଖିଛନ୍ତି। ଗୁଜବ ଉପରେ ପ୍ରତିକ୍ରିୟା ଦେଇ ମୃଣାଲ ହସି ହସି କହିଛନ୍ତି ଯେ, ତାଙ୍କର ଏବଂ ଧନୁଷଙ୍କ ମଧ୍ୟରେ ବନ୍ଧୁତା ବ୍ୟତୀତ ଆଉ କିଛି ନାହିଁ। ତାଙ୍କ କହିବା ମୁତାବକ, 'ଧନୁଷ ମୋର ଜଣେ ବହୁତ ଭଲ ବନ୍ଧୁ। ଏ ଯେଉଁ ଚର୍ଚ୍ଚା ଚାଲିଛି ତାହା ନିରର୍ଥକ। ଏଭଳି ଚର୍ଚ୍ଚା ବିଷୟରେ ଜାଣି ମୁଁ ବହୁତ ହସିଛି।' 

ତେବେ ମୃଣାଲ ଅଗଷ୍ଟ ୧ ତାରିଖରେ ଏକ ଜନ୍ମଦିନ ପାର୍ଟିର ଆୟୋଜନ କରିଥିଲେ। ଧନୁଷ ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ। ଏହି ପାର୍ଟିରେ ଦୁହେଁ ପରସ୍ପରର ଅତି ନିକଟତର ହୋଇ କଥା ହେଉଥିବା ଭାଇରାଲ ଭିଡିଓରେ ଦେଖାଯାଇଥିଲା। ଭିଡିଓରେ ଧନୁଷ, ମୃଣାଲଙ୍କ ହାତ ଧରି କଥା ହେଉଥିବାର ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଦୁହେଁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ଏବେ ମୃଣାଲ ଏ‌ହି ଚର୍ଚ୍ଚା ଉପ‌ରେ ବିରାମ ଲଗାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe