ଆନିମଲ୍‌ ଫ୍ଲୋ ୱାର୍କଆଉଟ୍‌ କରି ନିଜକୁ ଏପରି ଫିଟ୍‌ ରଖିଛନ୍ତି ମୃଣାଳ ଠାକୁର୍‌

Advertisment
ଆନିମଲ୍‌ ଫ୍ଲୋ ୱାର୍କଆଉଟ୍‌ କରି ନିଜକୁ ଏପରି ଫିଟ୍‌ ରଖିଛନ୍ତି ମୃଣାଳ ଠାକୁର୍‌

www.google.com

ମୁମ୍ବାଇ: ଅଭି‌ନେତା ଅକ୍ଷୟ କୁମାରଙ୍କ ସହ ‘କୁଡ଼ିଏ ନି ତେରି ବାଇବ’ ଗୀତରେ ଧୁମ୍‌ ମଚାଇଥିବା ଅଭିନେତ୍ରୀ ମୃଣାଳ ଠାକୁର ନିଜକୁ ଯଥେଷ୍ଟ ଫିଟ୍‌ ରଖିଛନ୍ତି। ମୃଣାଳ ନିଜର ଜବରଦସ୍ତ ଅଭିନୟ ଦକ୍ଷତା ସହିତ ଫିଟ୍‌ନେସ୍‌ ପାଇଁ ବି ବେଶ ପରିଚିତ। ବଲିଉଡ୍‌ର କେତେ ଜଣ ବଛା ବଛା ଫିଟ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ମୃଣାଳ ଅନ୍ୟତମ।

ଆପଣ ଜାଣନ୍ତି କି ମୃଣାଳ ନିଜକୁ ଏତେ ଫିଟ୍‌ କିପରି ରଖିପାରୁଛନ୍ତି। ସେ ତାଙ୍କର ଅକର୍ଷଣୀୟ ଶରୀର ପାଇଁ ନିୟମିତ ବ୍ୟାୟାମ୍‌ ସହ ଡାଏଟ୍‌ର ବି ବେଶ ଧ୍ୟାନ ରଖନ୍ତି। ଯାହାର ଫଳସ୍ବରୁପ ସେ ନିଜ ଫିଗର୍‌କୁ ବେଶ୍‌ ଭଲ ଭ‌ାବେ ରଖି ପାରିଛନ୍ତି।

ନିଜର ଟୋନ୍‌ଡ ବଡି ପାଇଁ ମୃଣାଳ ଖୁବ୍‌ ୱାର୍କଆଉଟ୍‌ କରନ୍ତି। ନିକଟରେ ମୃଣାଳ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି। ଭିିଡିଓରେ ସେ ପ୍ରଥମେ ଫ୍ରଞ୍ଚେସ୍‌ ଓ ପରେ ଆନିମଲ୍‌ ଫ୍ଲୋ ୱାର୍କଆଉଟ୍‌ କରୁଥିବାର ନଜର ଆସିଛନ୍ତି। ଏହି ଆନିମଲ୍‌ ଫ୍ଲୋ ୱାର୍କଆଉଟ୍‌ରେ ବ୍ୟକ୍ତି ବିଭିନ୍ନ ଜିବଯନ୍ତୁଙ୍କ ପରି ବସିଥାନ୍ତି ଓ ଚାଲିଥାନ୍ତି। ଏହି ପ୍ରକାରର ବ୍ୟାୟାମ ପାଇଁ କୌଣସି ପ୍ରକାରର ମେସିନ୍‌ର ଆବଶ୍ୟକତା ନାହିଁ। ଏହା ହେଉଛି ଜିମ୍‌ନାଷ୍ଟିକ୍‌ ଓ ଯୋଗର ମିଶ୍ରଣ। ଏହି ବ୍ୟାୟାମ ଦ୍ବାରା ଶରୀରର ବଳ ଓ ଫ୍ଲେକ୍ସିବିଲିଟି ବୃଦ୍ଧି ପାଇଥାଏ।

ମୃଣାଳଙ୍କ ଏହି ୱାର୍କଆଉଟ୍‌ ଭିଡିଓ ଏବେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇ ଚାଲିଛି। ସେଥିରେ ନିଜକୁ ଫିଟ୍‌ ରଖିବାକୁ ମୃଣାଳ କେତେ ପରିଶ୍ରମ କରୁଛନ୍ତି ତାହା ସ୍ପଷ୍ଟ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe