ସାକ୍ଷୀଙ୍କୁ ବିବାହ କରିବା ପୂର୍ବରୁ ଏହି ସମସ୍ତ ବଲିଉଡ୍‌ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ଧୋନୀ

Advertisment
ସାକ୍ଷୀଙ୍କୁ ବିବାହ କରିବା ପୂର୍ବରୁ ଏହି ସମସ୍ତ ବଲିଉଡ୍‌ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ଧୋନୀ

ଭାରତୀୟ କ୍ରିକେଟ ଇତିହାସରେ ଜଣେ ସଫଳ କ୍ୟାପ୍‌ଟେନ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଭାରତକୁ ଦୁଇ ଥର ବିଶ୍ୱକପ ଆଣି ଦେଇଥିବା ଧୋନୀଙ୍କ କ୍ରିକେଟ ଜୀବନ ଯେତିକି ଚର୍ଚ୍ଚିତ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ଚର୍ଚ୍ଚିତ । ତାଙ୍କର ଜୀବନୀକୁ ନେଇ ବଲିଉଡ୍‌ରେ ଫିଲ୍ମ ତିଆରି ସରିଥିବା ବେଳେ ସାକ୍ଷୀଙ୍କ ପୂର୍ବରୁ ତାଙ୍କ ପ୍ରେମ ଜୀବନ କିପରି ଥିଲା ତାହା ଦେଖା ଯାଇଥିଲା । କିନ୍ତୁ ସେ କେତେଜଣଙ୍କୁ ବିବାହ ପୂର୍ବରୁ ଡେଟ୍‌ କରିଥିଲେ, ସେ ବିଷୟରେ କୌଣସି ଝଲକ ଦେଖିବାକୁ ମିଳି ନଥିଲା । ଆଜି ଆମେ ସେ ବିବାହ ପୂର୍ବରୁ କେଉଁ ୪ଜଣ ବଲିଉଡ୍‌ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ତାହା ଜଣାଇବୁ ।

୧. ୨୦୦୭ରେ ଧୋନୀ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏମିତିକି ଦୀପିକା ତାଙ୍କର କ୍ରସ ବୋଲି ଗ୍ରହଣ କରିଥିଲେ ଧୋନୀ । ଦୀପିକା ତାଙ୍କୁ ଓମ ଶାନ୍ତି ଓମର ସ୍କ୍ରିନିଙ୍ଗକୁ ଡ଼ାକିଥିବା ବେଳେ ଧୋନୀ ଦୀପିକାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଟି୨୦ ମ୍ୟାଚ୍‌ ଦେଖିବାକୁ ନିମନ୍ତ୍ରଣ କରିଥିଲେ । ନିମନ୍ତ୍ରଣ ରକ୍ଷା କରି ଦୀପିକା ମ୍ୟାଚ୍‌ ଦେଖିବା ପାଇଁ ପହଞ୍ଚିଥିବା ଦେଖା ଯାଇଥିଲା । ଦୁହିଁଙ୍କୁ ନେଇ ଅନେକ ଚର୍ଚ୍ଚା ହେବା ପରେ ଶେଷରେ ଦୁହେଁ ଡେଟ୍‌ କରୁଥିବା କଥାକୁ ଅସ୍ୱିକାର କରିଥିଲେ ।

publive-image http://techmonews.com

୨. କମେଡି ନାଇଟ୍‌ ଉଇଥ୍‌ କପିଲର ପୂର୍ବତନ କ୍ରିଏଟିଭ୍‌ ନିର୍ଦ୍ଦେଶକ ପ୍ରୀତି ସିମୋଜ୍‌ଙ୍କୁ ଧୋନୀ ଲୁଚି ଲୁଚି ଡେଟ୍‌ କରୁଥିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା । କିନ୍ତୁ ଦୁହେଁ ଏହାକୁ କେବେ ହେଲେ ବି ସ୍ୱୀକାର କରି ନଥିଲେ ।

publive-image http://techmonews.com

୩. ୨୦୦୯ରେ ସାଉଥ୍‌ ଅଭିନେତ୍ରୀ ରାଇ ଲକ୍ଷ୍ମୀ ଧୋନୀଙ୍କୁ ଡେଟ୍‌ କରୁଥିବା ନେଇ ସର୍ବସମ୍ମୁଖରେ ପ୍ରକାଶ କରିଥିଲେ । କିନ୍ତୁ କିଛି ମାସ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ ବୋଲି ରାଇ ଲକ୍ଷ୍ମୀ ଜଣାଇଥିଲେ ମଧ୍ୟ ଧୋନୀ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନଥିଲେ ।

publive-image http://techmonews.com

୪. ବଲିଉଡ୍‌ ଅଭିନେତ୍ରୀ ଆସିନ ଏବଂ ଧୋନୀ ସମାନ ପୋଷାକ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡାର ଥିବା ବେଳେ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା । ୨୦୧୦ରେ ହୋଇଥିବା ଆଇପିଏଲ ସେମିଫାଇନାଲ ସମୟରେ ଧୋନୀଙ୍କୁ ଆସିନଙ୍କ ଘର ଆଗରେ ଦେଖିବାକୁ ମିଳିଥିଲା ।

publive-image http://techmonews.com

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe