ଆରମ୍ଭ ହୋଇଗଲା ଈଶା ଅମ୍ବାନୀଙ୍କ ଗ୍ରାଣ୍ଡ୍‌ ବିବାହର କାଉଣ୍ଟ୍‌ଡାଉନ୍‌, କନ୍ୟା ପରି ସଜାଇହେଲା ଅମ୍ବାନୀଙ୍କ ଅାଣ୍ଟିଲିଅା

ଆରମ୍ଭ ହୋଇଗଲା ଈଶା ଅମ୍ବାନୀଙ୍କ ଗ୍ରାଣ୍ଡ୍‌ ବିବାହର କାଉଣ୍ଟ୍‌ଡାଉନ୍‌, କନ୍ୟା ପରି ସଜାଇହେଲା ଅମ୍ବାନୀଙ୍କ ଅାଣ୍ଟିଲିଅା

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ବ୍ୟବସାୟୀ ଆନନ୍ଦ ପିରାମଲଙ୍କୁ ଗୁରୁବାର ବିବାହ କରିବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ ହୋଇ ସାରିଛି। ଈଶାଙ୍କ ପ୍ରି-େଓ୍ଵଡିଂ ଉତ୍ସବକୁ ମୁକେଶ ଉଦୟପୁରଠାରେ ବଡ଼ ଧୂମ୍‌ଧାମ୍‌ରେ ଆୟୋଜନ କରିଛନ୍ତି। ପ୍ରି-େଓ୍ଵଡିଂ ଉତ୍ସବରେ ଅନେକ ବଲିଉଡ୍‌ ଷ୍ଟାର୍‌ ଉପସ୍ଥିତ ହୋଇଥିଲେ। ତେବେ ଈଶାଙ୍କ ଗ୍ରାଣ୍ଡ୍‌ -େଓ୍ଵଡିଂର କାଉଣ୍ଟ୍‌ଡାଉନ୍‌ ଏବେ ଆରମ୍ଭ ହୋଇ ଗଲାଣି।

ଈଶାଙ୍କ ବିବାହ ପାଇଁ ମୁକେଶଙ୍କ ୨୭ ମହଲା ବାସଭବନ  ଅାଣ୍ଟିଲିଅାକୁ ନବ ବିବାହିତ କନ୍ୟା ପରି ସଜ୍ଜିତ ହୋଇଛି। ଆଲୋକରେ ସଜ୍ଜିତ ଅମ୍ବାନୀଙ୍କ ବାସଭବନ  ନିକଟରେ ଥିବା ଗଛ ଓ ରାସ୍ତାକୁ ବି ଆଲୋକରେ ସଜ୍ଜିତ କରାଯାଇଛି। ହଳଦିଆ ଓ ନାଲି ଗେଣ୍ଡୁ ଫୁଲରେ ବଡ଼ ବଡ଼ ଘଣ୍ଟି ତିଅାରି କରାଯାଇ  ଅାଣ୍ଟିଲିଅାକୁ ଯାଇଥିବା ରାସ୍ତା କଡ଼ରେ ଲଗାଯାଇଛି।

publive-image

ଅମ୍ବାନୀଙ୍କ ବାସଭବନର ପ୍ରବେଶ ଦ୍ୱାର ସାମ୍ନାରେ ଥିବା ଫାଙ୍କା ସ୍ଥାନରେ ଏକ ବିରାଟ ତୋରଣ ପ୍ରସ୍ତୁତ କରାଯାଇଛି। ସମଗ୍ର ଅଞ୍ଚଳକୁ  କୃତ୍ରିମ ଗୋଲାପୀ କାନ୍ଥ ଦିଅାଯାଇ ଅାବଦ୍ଧ କରାଯାଇଛି। ଏଥି ସହ ଅାକର୍ଷକ  ନାଲି ଫୁଲରେ ଏହା ସଜା ଯାଇଛି। ବାସଭବନ ଭିତରେ ବିଭିନ୍ନ ରଂଗରେ ଆଲୋକ ସଜା ଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଗ୍ରାଣ୍ଡ୍‌ େଓ୍ଵଡିଂକୁ ୬୦୦ ଅତିଥି ନିମନ୍ତ୍ରିତ ହୋଇଛନ୍ତି। ଅତିଥିମାନେ ପ୍ରାୟତଃ ଅମ୍ବାନୀ ଓ ପିରାମଲ ପରିବାରର ସଂପର୍କୀୟ ବୋଲି ଜାଣିବାକୁ ମିଳିଛି। ଏହି ଉତ୍ସବରେ ଶହ ଶହ ପୁଲିସ୍‌ କର୍ମୀ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe