୩୦୦ କୋଟି ବଜେଟରେ ନିର୍ମାଣ ହେବ ଚଳଚ୍ଚିତ୍ର 'ଶକ୍ତିମାନ', ସୂଚନା ଦେଲେ ମୁକେଶ ଖାନ୍ନା

Advertisment
୩୦୦ କୋଟି ବଜେଟରେ ନିର୍ମାଣ ହେବ ଚଳଚ୍ଚିତ୍ର 'ଶକ୍ତିମାନ', ସୂଚନା ଦେଲେ ମୁକେଶ ଖାନ୍ନା

ମୁମ୍ବାଇ: ୯୦ ଦଶକରେ ଦୂରଦର୍ଶନର ପିଲାମାନଙ୍କ ସବୁଠୁ ପ୍ରିୟ ଟିଭି ଧାରାବାହିକ ଥିଲା 'ଶକ୍ତିମାନ' । ଏହି ଧାରାବାହିକ ସେ ସମୟରେ ପିଲାମାନଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇଥିଲା । ଏହି ଧାରାବାହିକରେ ମୁଖ୍ୟ ଭୂମିକାରେ ମୁକେଶ ଖାନ୍ନା ନଜର ଆସିଥିଲେ। ବର୍ତ୍ତମାନ ସେ ସାମାଜିକ କାର୍ଯ୍ୟରେ ନିୟୋଜିତ ଥିବା ଦେଖିବାକୁ ମିଳୁଛି ।

ଏକ ସାକ୍ଷାତକାରରେ ମୁକେଶ ଖାନ୍ନା କହିଛନ୍ତି ଯେ ସେ ସୋନି ପିକ୍ଚର୍ସକୁ 'ଶକ୍ତିମାନ'ର ରାଇଟ୍ସ ଦେଇଛନ୍ତି। ମୁକେଶ ଖାନ୍ନା କହିଛନ୍ତି, ବହୁ ବର୍ଷ ପରେ ଏହି ପ୍ରୋଜେକ୍ଟ୍ ମୋ ହାତକୁ ଆସିଛି । ପ୍ରଶଂସକମାନେ ମୋତେ 'ଶକ୍ତିମାନ ୨' ତିଆରି କରିବାକୁ କହୁଥିଲେ ଏବଂ ମୁଁ ମୋର ପ୍ରଶଂସକଙ୍କୁ ନିରାଶ କରିବାକୁ ଚାହୁଁନଥିବାରୁ ଏବେ ଏହାକୁ ନେଇ ଫିଲ୍ମ କରିବାକୁ ଚିନ୍ତା କରୁଛି। ମୁଁ ସୋନି ପିକ୍ଚର୍ସ ସହିତ ଶକ୍ତିମାନ ଫିଲ୍ମ ନିର୍ମାଣ କରିବା ବିଷୟରେ କଥା ହୋଇଥିଲି। ଏବେ ସୋନି ପିକ୍ଚର୍ସ ଶକ୍ତିମାନ ଫିଲ୍ମ ନିର୍ମାଣ କରିବାକୁ ରାଜି ହୋଇଛି।

ସେ ଆହୁରି କହିଛନ୍ତି ଯେ, ୩୦୦ କୋଟି ବଜେଟରେ ନିର୍ମାଣ ହେବାକୁ ଥିବା ଏହି ଚଳଚ୍ଚିତ୍ରଟି କେବେ ରିଲିଜ ହେବ ତାହା ଏବେଠୁ କହିବା ଅସମ୍ଭବ। ଏଥିପାଇଁ ସମୟ ଲାଗିବ । ସୁଟିଂ ଶେଷ ହେବା ‌ପରେ ହିଁ ରିଲିଜ ତାରିଖ କୁହାଯାଇପାରିବ।

ତେବେ ଏହି ଚଳଚ୍ଚିତ୍ରରେ 'ଶକ୍ତିମାନ'ର ମୁଖ୍ୟ ଭୂମିକାରେ କିଏ ଅଭିନୟ କରିବେ? ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କିନ୍ତୁ ଏହା ନିଶ୍ଚିତ ଯେ ମୁକେଶ ଖାନ୍ନାଙ୍କ ବିନା ଏହି ଚଳଚ୍ଚିତ୍ର ନିର୍ମାଣ ହେବ ନାହିଁ । ଯଦି ଫିଲ୍ମରେ ଅନ୍ୟ କେହି ଶକ୍ତିମାନ ହୁଅନ୍ତି, ତେବେ ପ୍ରଶଂସକମାନେ ତାଙ୍କୁ ଗ୍ରହଣ କରି ପାରିବେ ନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe