ଟ୍ରୋଲ କରୁଥିବା ‌ଲୋକଙ୍କୁ କଡ଼ା ଜବାବ ଦେଲେ ମୁଖେଶ ଖନ୍ନା

ଅଭିନେତା ମୁକେଶ ଖନ୍ନା ୟୁଟ୍ୟୁବରେ ଏକ ଭିଡିଓ ସେୟାର କରି ଟ୍ରୋଲ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇ କହିଛନ୍ତି, ‘ ମୁଁ କୌଣସି ପ୍ରକାର ଟ୍ରୋଲିଂକୁ ଭୟ କରେ ନାହିଁ।

6y4t


ନୂଆଦିଲ୍ଲୀ: ଅଭିନେତା ମୁଖେଶ ଖନ୍ନା ସୋସିଆଲ ମିଡିଆରେ ଖୁବ ସକ୍ରିୟ ଥାଆନ୍ତି। ସେ ନିଜ ଜୀବନ ସହିତ ଜଡ଼ିତ ଅନେକ ଘଟଣାକୁ ଫ୍ୟାନ୍ସଙ୍କ ସହିତ ସେୟାର କରିଥାଆନ୍ତି। 

କିଛିଦିନ ପୂର୍ବରୁ ମୁକେଶ ଖନ୍ନା ସୋସିଆଲ ମିଡିଆରେ ଦେଶଭକ୍ତିର ଏକ ଗୀତ ସେୟାର କରିଥିଲେ। ଯେଉଁଥିରେ ସେ ଶକ୍ତିମାନ ଭଳି ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଶକ୍ତିମାନ ପୁଣିଥରେ ଫେରୁଛି ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା। କିଛି ଲୋକ ଏହାକୁ ନେଇ ଟ୍ରୋଲ ବି କରିଥିଲେ। ଏହି ‌ଟ୍ରୋଲର୍ସଙ୍କୁ ମୁକେଶ ଖନ୍ନା କଡ଼ା ଜବାବ ଦେଇଛନ୍ତି। 

ଅଭିନେତା ମୁକେଶ ଖନ୍ନା ୟୁଟ୍ୟୁବରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ମୁକେଶ ଖନ୍ନା କହିଛନ୍ତି, ‘ଆଜିକାଲି ପଜେଟିଭିଟି ଠାରୁ ନେଗେଟିଭିଟି ଖୁବ ବିକ୍ରି ହେଉଛି।  ମୁଁ କିଛିଦିନ ପୂର୍ବରୁ ଏକ ଭିଡିଓ ସେୟାର କରିଥିଲି। ଯେଉଁଥିରେ ଦେଶଭକ୍ତି ଗୀତକୁ ନେଇ ପିଲାଙ୍କ ସାମ୍ନାକୁ ଆସିଥିଲି।  ସେଥିରେ ମୁଁ କହି ନଥିଲି କି ଶକ୍ତିମାନ ହୋଇ ଆସୁଛି। ଲୋକେ ନିଜମନକୁ ମନ କାହାଣୀ ଗଢ଼ି ମୋତେ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।

ମୁଁ ନା ଗୁଟଖା ବିକିବାକୁ ଆସିଛି ନା କୌଣସି ଜିନିଷର ପ୍ରମୋଟ କରୁଛି। ଏକ ଗୀତ ନେଇ ଆସିଛି। ତାହାପୁଣି ଦେଶଭକ୍ତିର। ଲୋକେ ଏହାକୁ ପ୍ରଶଂସା କରିବା ବଦଳରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। 

ତେବେ ମୁଁ ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବି କି ମୁଁ କୌଣସି ପ୍ରକାର ଟ୍ରୋଲିଂକୁ ଭୟ କରେ ନାହିଁ। ବୟସକୁ ନେଇ ମୋତେ ଯେଉଁ ଟ୍ରୋଲ କରାଯାଉଛି ମୁଁ କହିବି ବୟସ ହେଉଛି ଏକମାତ୍ର ନମ୍ବର। ଶକ୍ତିମାନ ଓ ଭୀଷ୍ମପିତାମହଃଙ୍କର କୌଣସି ବୟସ ନଥାଏ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe