ଅମିତାଭଙ୍କ ନକଲ କରୁଥିବା ଟ୍ୟାଗକୁ ନେଇ ମୁକେଶଙ୍କ ପ୍ରତିକ୍ରିୟା

‘କିଛିଟା ଅସଫଳ ସିନେମା ପରେ ଲୋକେ ମୋତେ ଅମିତାଭ ବଚ୍ଚନଙ୍କ ନକଲ କରୁୂଛି ବୋଲି କହିଥିଲେ। ଏହି ଟ୍ୟାଗ ମୋତେ ଦେଇଥିବା କଷ୍ଟ ଆଜି ପର୍ଯ୍ୟନ୍ତ ମୋ ମନରେ ଛାପି ହୋଇଯାଇଛି।

7


ମୁମ୍ବାଇ: ସୁପରଷ୍ଟାର ମୁକେଶ ଖନ୍ନାଙ୍କୁ ଦର୍ଶକ ଦୁରଦର୍ଶନର ‘ମହାଭାରତ’ରେ ଭିଷ୍ମ ପିତାମହ ଓ ଶକ୍ତିମାନରେ ଶକ୍ତିମାନ ଓ ଗଙ୍ଗାଧର ଭୂମିକାକୁ ଆଜି ବି ପ୍ରଶଂସା କରନ୍ତି। 

ଏହି କ୍ରମରେ ଦେଖିବାକୁ ଗଲେ ଅନେକଲୋକ ଦାବି କରି କହିଥିଲେ କି ମୁକେଶ ଖନ୍ନା ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ନକଲ କରନ୍ତି। ଏଭଳି ଚର୍ଚ୍ଚାକୁ ନେଇ ମୁ‌କେଶ ଖନ୍ନା ମୁହଁ ଖୋଲିଛନ୍ତି।

ମୁକେଶ ଖନ୍ନା ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ‘ଏମିତି ଏକ ସମୟ ଥିଲା ‌ଲୋକେ ମୋତେ ଅମିତାଭ ବଚ୍ଚନଙ୍କୁ ନକଲ କରୁଛି ବୋଲି କହୁଥିଲେ। ଏକଥା ମୋତେ ଭାରି ବିରକ୍ତ ଲାଗେ। ମୁଁ ଏଭଳି ଟ୍ୟାଗକୁ ଆଦୌ ପସନ୍ଦ କରେ ନାହିଁ। 

ଏକଦା ଗଣମାଧ୍ୟମରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଗରିବଙ୍କ ଅମିତାଭ ବଚ୍ଚନର ଟ୍ୟାଗ ଦିଆଯାଇଥିଲା। ମୁଁ ଜାଣିନାହିଁ ଏଭଳି ଟ୍ୟାଗକୁ ନେଇ ମିଥୁନଙ୍କ କ’ଣ ପ୍ରତିକ୍ରିୟା ଥିଲା। ମୋତେ ଯଦି ଏପରି କିଏ କହିଥାଆନ୍ତା ମୁଁ କହିଥାଆନ୍ତି ପାଟିଚୁପ କର। ମୋର କିଛି ସିନେମା ଅସଫଳ ହେବାପରେ ଲୋକେ ମୋତେ ଅମିତାଭ ବଚ୍ଚନଙ୍କ କପି କରି ଅଭିନୟ କରୁଛି ବୋଲି କହିଥିଲେ। ଏକଥା ଅମିତାଭ ବି ନିଜ ମୁହଁରେ ଏକ ସାକ୍ଷାତକାରରେ କହିଥିଲେ କି ମୁଁ କୋଳେ ତାଙ୍କୁ କପି କରୁଛି। ଏହି ଗୋଟିଏ ବାକ୍ୟ ପାଇଁ ମୋର ଅନେକ ସିନେମା ଅସଫଳ ହୋଇଥିବା ମୁଁ ଅନୁଭବ କରିଥିଲି। ଯାହାର କଷ୍ଟ ଆଜି ପର୍ଯ୍ୟନ୍ତ ମୋ ମନରେ ଛାପି ହୋଇରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe