ବିବାହ ନକରିବା ପଛର କାରଣ ଜଣାଇଲେ ମୁକେଶ, ଜାଣନ୍ତୁ କାହାକୁ ଦେଲେ ଦୋଷ

ଜଣାଶୁଣା ଅଭିନେତା ତଥା ଘରେ ଘରେ ଶକ୍ତିମାନ ଭାବେ ପରିଚିତ ଅଭିନେତା ମୁକେଶ ଖାନ୍ନା ଏକ ସାକ୍ଷାତକାର ସମୟରେ ବିବାହ ନକରିବାର କାରଣ ପ୍ରକାଶ କରିଛନ୍ତି। ଏହା ସହିତ ସେ ବିବାହକୁ ନେଇ ମଧ୍ୟ ନିଜର ମତ ରଖିଛନ୍ତି।

tmukeshk

ମୁମ୍ବାଇ: ଜଣାଶୁଣା ଅଭିନେତା ତଥା ଘରେ ଘରେ ଶକ୍ତିମାନ ଭାବେ ପରିଚିତ ମୁକେଶ ଖାନ୍ନା ଏଯାଏ ବିବାହ କରିନାହାନ୍ତି। 'ଶକ୍ତିମାନ' ଏବଂ 'ମହାଭାରତ' ଭଳି ଧାରାବାହିକରେ ନିଜ ଚରିତ୍ର ପାଇଁ ଦର୍ଶକଙ୍କ ମନ କିଣିଥିବା ମୁକେଶ ଏବେ ନିଜର ବୟାନ ପାଇଁ ବିବାଦରେ ରହିଛନ୍ତି। ଫିଲ୍ମ ବା କଳାକାରଙ୍କୁ ନେଇ ନିଜର ମତ ଦେଇ ବିବାଦୀୟ ହୋଇପଡ଼ିଥିବା ମୁକେଶ ଏବେ ବିବାହ ନକରିବା ପଛର କାରଣ ଜଣାଇଛନ୍ତି।

ବିବାହ ନକରିବା ପଛର କାରଣ ପଚରାଯିବା ପରେ ସେ କହିଥିଲେ, “ବିବାହ ଏକ ଅନୁଷ୍ଠାନ - ଏକ ପବିତ୍ର ବନ୍ଧନ।  ମୁଁ ସବୁବେଳେ ବିଶ୍ୱାସ କରେ ଯେ ଦୁଇ ଆତ୍ମା ​​ବିବାହରେ ଗୋଟିଏ ହୁଅନ୍ତି। କିନ୍ତୁ ଆଜିକାଲି, ଆମେ ବିବାହକୁ ଦୁଇଟି ଖଣ୍ଢେଇଙ୍କ ଖେଳ ବୋଲି ଭାବୁଛେ। ନା...ସାର୍। ଆମେ ମାନେ କେବଳ ଏକ ଆତ୍ମା, ଯିଏ ନିଜର ଚରିତ୍ର ନିଭାଇବାକୁ ଏ ଧରାପୃଷ୍ଠକୁ ଆସି‌ଛନ୍ତି। ଭଗବାନ ଆମ ଭାଗ୍ୟରେ ଯାହା ଲେଖିଛନ୍ତି, ତାହା ହିଁ ହେବ। ଆମେ ତାହା ହିଁ କରିବା। ବିବାହ ମଧ୍ୟ ଭାଗ୍ୟରେ ଲେଖାଥିବା ଦରକାର। ମୁଁ ବିବାହ କରିନାହିଁ। ଏହାର କାରଣ ନୁହେଁ ଯେ, ମୋତେ ବିବାହ କରିବାର ଇଚ୍ଛା ନଥିଲା। ଏହାର କାରଣ ହେଉଛି ବିବାହ ମୋ ଭାଗ୍ୟରେ ନଥିଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe