ପୁଣି ମୁକେଶଙ୍କୁ ଶକ୍ତିମାନ ଅବତାରରେ ଦେଖି ପେଟୁମାନ କହିଲେ ଲୋକେ

Advertisment

ପୁଣି ଫେରିଲେ ଶକ୍ତିମାନ। ଏହି ଶକ୍ତିମାନରେ ମୁକେଶ ଖାନ୍ନା ଆକ୍ସନ ନକରି ପିଲାମାନଙ୍କ ସହିତ ଦେଶର ସାହସୀ ବିପ୍ଳବୀମାନଙ୍କ ବିଷୟରେ କଥା ହେଉଥିବାର ଦେଖିବାକୁ ମିଳିବ । ଭୀଷ୍ମ ଇଣ୍ଟରନ୍ୟାସନାଲ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ଛାଡ଼ିଛନ୍ତି ମୁକେଶ।

ପୁଣି ଫେରିଲେ ଶକ୍ତିମାନ। ଏହି ଶକ୍ତିମାନରେ ମୁକେଶ ଖାନ୍ନା ଆକ୍ସନ ନକରି ପିଲାମାନଙ୍କ ସହିତ ଦେଶର ସାହସୀ ବିପ୍ଳବୀମାନଙ୍କ ବିଷୟରେ କଥା ହେଉଥିବାର ଦେଖିବାକୁ ମିଳିବ । ଭୀଷ୍ମ ଇଣ୍ଟରନ୍ୟାସନାଲ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ଛାଡ଼ିଛନ୍ତି ମୁକେଶ।

mukeshhh

ମୁମ୍ବାଇ: ଟିଭି ଚ୍ୟାନେଲ ଦୂରଦର୍ଶନର ସବୁଠାରୁ ଲୋକପ୍ରିୟ ଟିଭି ସୋ’ ମଧ୍ୟରେ ରହିଛି ଶକ୍ତିମାନ | ମୁକେଶ ଖାନ୍ନାଙ୍କ ଅଭିନୀତ ଏହି ସୁପରହିଟ୍ ଧାରାବାହିକ ୯୦ଦଶକରେ ଦର୍ଶକଙ୍କ ବହୁତ ମନୋରଞ୍ଜନ କରିଥିଲା ​​| କିଛି ଦିନ ତଳେ ମୁକେଶ ଶକ୍ତିମାନକୁ ନେଇ ପୁଣି ଫେରିବେ ବୋଲି ଘୋଷଣା କରିଥିଲେ। ଏବେ ସେ ନିଜ କଥା ରଖି ଭୀଷ୍ମ ଇଣ୍ଟରନ୍ୟାସନାଲ ୟୁଟ୍ୟୁବ ଚ୍ୟାନେଲରେ  ଏକ ସିରିଜ୍ ଆରମ୍ଭ କରିଛନ୍ତି। ଏହି ଶକ୍ତିମାନରେ ମୁକେଶ ଖାନ୍ନା ଆକ୍ସନ ନକରି ପିଲାମାନଙ୍କ ସହିତ ଦେଶର ସାହସୀ ବିପ୍ଳବୀମାନଙ୍କ ବିଷୟରେ କଥା ହେଉଥିବାର ଦେଖିବାକୁ ମିଳିବ ।

ତେବେ ପ୍ରଥମ ଭିଡିଓ ନଭେମ୍ବର ୧୧ରେ ରିଲିଜ୍ ହୋଇଥିବା ବେଳେ ଶକ୍ତିମାନ ଅବତାରରେ ମୁକେଶଙ୍କୁ ଦେଖି ଏବେ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି। ଶକ୍ତିମାନ ଅବତାର ନେଇ ସେ ଯେଉଁ ପୋଷାକ ପିନ୍ଧିଥିଲେ ସେଥିରେ ତାଙ୍କ ପେଟ ବାହାରକୁ ବାହାରିଥିବାରୁ ଲୋକେ ତାଙ୍କ ପେଟୁମାନ କହି ଟ୍ରୋଲ କରୁଛନ୍ତି।

shaktimaan

କିଛି ଲୋକ ତାଙ୍କ ବୟସ ପାଇଁ ତାଙ୍କୁ ବୁଢ଼ାମାନ କହୁଥିବା ମଧ୍ୟ ଦେଖିବାକୁ ମିଳିଛି। କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ମତ ରଖିଛନ୍ତି ଯେ, ୯୦ଦଶକରେ ଶକ୍ତିମାନକୁ ନେଇ ଯେଉଁ ଅଭୁଲା ସ୍ମୃତି ଅଛି ତାକୁ ଖରାପ କରନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe