ଏତେ କୋଟିର ମାଲିକ ଥିଲେ ମୁକୁଲ

BJb

ମୁମ୍ବାଇ: ବଲିଉଡ ଅଭିନେତା ମୁକୁଲ ଦେବଙ୍କ ପରଲୋକ ହୋଇଛି । ମାତ୍ର ୫୪ ବର୍ଷ ବୟସରେ ମୁକୁଲ ଆରପାରିକୁ ଚାଲିଯାଇଛନ୍ତି। । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହେବା ପରେ ଏବେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଆଇସିୟୁରେ ଥିଲେ ମୁକୁଲ ଦେବ । କୁହାଯାଉଛି ଯେ, ତାଙ୍କ ମା’ଙ୍କ ମୃତ୍ୟୁ ପରେ ସେ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ। ମା’ଙ୍କୁ ହରାଇବାର ଦୁଃଖକୁ ସେ ଭୁଲିପାରିନଥିଲେ।

ଏବେ ତାଙ୍କ ଦେହାନ୍ତ ପରେ ସେ କୋଟିର ମାଲିକ ଥିଲେ ତାହା ସାମ୍ନାକୁ ଆସିଛି। ଅଭିନୟ ଜଗତରେ ପ୍ରବେଶ କରିବା ପୂର୍ବରୁ ମୁକୁଲ ଦେବ ପାଇଲଟ୍ ଭାବରେ ତାଲିମ ନେଇଥିଲେ। ତଥାପି, ତାଙ୍କ ଭାଗ୍ୟ ତାଙ୍କୁ ଚଳଚ୍ଚିତ୍ର ଜଗତକୁ ଟାଣି ଆଣିଥିଲା। ମୁକୁଲ ହଙ୍ଗାମା, କିଲା, ମେରେ ଦୋ ଅନମୋଲ ରତନ, ୟମଲା ପଗଲା ଦିୱାନା, ଇତେଫାକ୍, ସନ୍ ଅଫ୍ ସରଦାର ଭଳି ଚଳଚ୍ଚିତ୍ରରେ କାମ କରିଥିଲେ। ଏହା ବ୍ୟତୀତ ସେ କହିଁ ଦିୟା ଜଲେ କହିଁ ଜିଆ, କାହାନୀ ଘର ଘର କି ଏବଂ ପ୍ୟାର ଜିନ୍ଦେଗୀ ହେ ଭଳି ଟିଭି ସୋ’ରେ ମଧ୍ୟ କାମ କରିଥିଲେ। ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କର ସମ୍ପତ୍ତି ପ୍ରାୟ ୪୨ କୋଟି ଟଙ୍କା ହେବ।

ମୁକୁଲ ଦେବଙ୍କ ଜନ୍ମ ୩୦ ନଭେମ୍ବର ୧୯୭୦ରେ ଦିଲ୍ଲୀରେ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କ ବାପା ଜଣେ ପୁଲିସ କମିଶନର ଥିଲେ ଏବଂ ତାଙ୍କର ୨୦୧୯ମସିହାରେ ଦେହାନ୍ତ ହୋଇଥିଲା। ମୁକୁଲଙ୍କ ଭାଇଙ୍କ ନାମ ରାହୁଲ ଦେବ, ଯିଏ ଜଣେ ମଡେଲ ଏବଂ ଅଭିନେତା। ମୁକୁଲ, ଶିଳ୍ପା ଦେବଙ୍କୁ ବିବାହ କରିଥିଲେ, କିନ୍ତୁ ଏହି ବିବାହ ଅଧିକ ଦିନ ତିଷ୍ଠି ପାରି ନଥିଲା। ଦୁହେଁ ୨୦୦୫ ମସିହାରେ ଛାଡପତ୍ର ନେଇଥିଲେ। ଏହି ଦମ୍ପତିଙ୍କର ଏକ ଝିଅ ଅଛି, ଯାହାର ନାମ ସିଆ ଦେବ। ୨୦୨୨ ମସିହାରେ, ତାଙ୍କ ଝିଅର ଜନ୍ମଦିନରେ, ମୁକୁଲ ତାଙ୍କର ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe