Filmfare.com
ମୁମ୍ବାଇ: ଗତକାଲି ଆୟକର ବିଭାଗ ପକ୍ଷରୁ ଚଳଚ୍ଚିତ୍ର ପ୍ରଯୋଜକ ମଧୁ ମନ୍ତେନା, ଅଭିନେତ୍ରୀ ତାପସୀ ପନ୍ନୁ, ନିର୍ଦେଶକ/ପ୍ରଯୋଜକ ଅନୁରାଗ କଶ୍ୟପ ଏବଂ ବିକାଶ ବହଲଙ୍କ ମୁମ୍ବାଇସ୍ଥିତ ବାସଭବନ ସମେତ ୩୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ପରେ ‘ଫ୍ୟାଣ୍ଟମ୍ ଫିଲ୍ମ୍ସ୍’ ପ୍ରତିଷ୍ଠାନ ୩୫୦କୋଟି ଟଙ୍କାର ଟିକସ ଫାଙ୍କିଥିବାର ପ୍ରମାଣ ମିଳିଛି। ଏହା ସହ ତାପସୀ ଏଥିରୁ ୫କୋଟି ଟଙ୍କା ନେଇଥିବାର ରସିଦ ମଧ୍ୟ ମିଳିଛି।
Rediffmailଆୟକର ବିଭାଗ ଗୁରୁବାର ଦିନ କହିଛି ଯେ, ଅଭିନେତ୍ରୀ ତାପସୀ ପନ୍ନୁ, ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପ ଏବଂ ତାଙ୍କ ସହଯୋଗୀଙ୍କ ସହ ଜଡିତ ବିଭିନ୍ନ ସ୍ଥାନ ଉପରେ ଚଢ଼ାଉ ପରେ ସେମାନେ ଆୟରେ ହେରଫେର କରିଥିବାର ପ୍ରମାଣ ମିଳିଛି। ବକ୍ସ ଅଫିସ୍ ଆୟଠାରୁ ‘ଫ୍ୟାଣ୍ଟମ୍ ଫିଲ୍ମ୍ସ୍’ ପ୍ରତିଷ୍ଠାନ ଅଧିକ ଆୟ କରିଥିବା ଜଣାପଡ଼ିଛି। ଅନୁସନ୍ଧାନ ସମ୍ପର୍କରେ ସବିଶେଷ ତଥ୍ୟ ଦେଇ ଅଧିକାରୀମାନେ କହିଛନ୍ତି ଯେ, ‘ଫ୍ୟାଣ୍ଟମ୍ ଫିଲ୍ମ୍ସ୍’ କର୍ମଚାରୀମାନେ ପ୍ରାୟ ୩୫୦କୋଟି ଟଙ୍କାର ହିସାବ ଦେବାରେ ଅସମର୍ଥ ହୋଇଛନ୍ତି। ତେବେ ଏ ନେଇ ଅଧିକ ତଦନ୍ତ ଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି।
Follow Us