Zee News
ସଂପ୍ରତି ମହାରାଷ୍ଟ୍ର ଭାରତର ସବୁଠୁ ବେଶି କରୋନା ସଂକ୍ରମିତ ରାଜ୍ୟ ହୋଇଥିବା ବେଳେ ମୁମ୍ବାଇ ପୁଲିସର କାମକୁ ଢେର୍ ପ୍ରଶଂସା କରିଛନ୍ତି ବଲିଉଡର ଦିଗ୍ଗଜ ତାରକା। ଅଜୟ ଦେବଗନ ପ୍ରଥମେ ଟ୍ବିଟ୍ କରି ମୁମ୍ବାଇ ପୁଲିସଙ୍କୁ ପ୍ରଶଂସା କରିଥିଲେ। କହିଥିଲେ ଯେତେବେଳେ ସହର ଏକଦମ ଶାନ୍ତ ହୋଇପଡ଼ିଛି, ସମସ୍ତେ ଘରେ ଅଛନ୍ତି, ସେତେବେଳେ ଆମ ପାଇଁ କେହି ବାହାରେ ରହି କାମ କରୁଛନ୍ତି। ସେହି ପୁଲିସମାନଙ୍କ ପାଇଁ ହିଁ ଆମେ ଘରେ ସୁରକ୍ଷିତ ଅଛେ। ପୁଲିସ ଜଗୁଥିବାରୁ ଅନେକ ଘରୁ ବାହାରୁ ନଥିବାରୁ କରୋନା ସମ୍ଭବତଃ ଏତେ ବ୍ୟାପି ପାରିନାହିଁ। ଅଭିନେତା ହ୍ରିତିକ୍ ରୋଶନ ମଧ୍ୟ ନିଜ ଟ୍ବିଟର୍ରେ ଲେଖିଥିଲେ ସେମାନେ ଘରଠୁ ବାହାରେ ଅଛନ୍ତି ବୋଲି ହିଁ ଆଜି ଆମେ ଘରେ ସୁରକ୍ଷିତ। ମୁମ୍ବାଇ ପୁଲିସ ଫୋର୍ସକୁ ମୋର ଧନ୍ୟବାଦ। ଅଭିଷେକ ବଚ୍ଚନ ମଧ୍ୟ ନିଜ ଟ୍ବିଟର୍ ପୃଷ୍ଠାରେ ପୁଲିସଙ୍କ ଭିଡିଓଟି ସେୟାର କରି ସେମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି।
Follow Us