www.ndtv.com
ମୁମ୍ବାଇ: ଗତ ଭାଲେ୍ଣ୍ଟାଇନ୍ସ ଡେ’ରେ ପତ୍ନୀଙ୍କୁ ଗାଡ଼ି ପଛରେ ବସାଇ ବିନା ହେଲ୍ମେଟ୍, ବିନା ଫେସ୍ମାସ୍କରେ ବାହାରକୁ ଯାଇଥିବା ଅଭିନେତା ବିବେକ ଓବରଏଙ୍କ ନାମରେ ମୁମ୍ବାଇ ପୁଲିସ୍ ଚାଲାଣ କାଟିଥିବା କଥା ଆପଣ ଜାଣିଥିବେ ନିଶ୍ଚୟ।
ମୁମ୍ବାଇ ପୁଲିସ୍ ଚାଲାଣ କାଟିବା ପରେ ବିବେକ୍ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ଏକ ପୋଷ୍ଟ୍ ଲେଖିଥିଲେ, ଯାହାର ଉତ୍ତରରେ ମୁମ୍ବାଇ ପୁଲିସ୍ ଏକ କୌତୂକିଆ ଉତ୍ତର ରଖିଥିବାର ଦେଖିବାକୁ ମିଳିଛି।
ବିବେକ୍ ତାଙ୍କ ଟ୍ବିଟ୍ ପୋଷ୍ଟ୍ରେ ଲେଖିଛନ୍ତି, ‘ଭଲପାଇବା ମୋତେ କେଉଁ ପରିସ୍ଥିତିରେ ପକାଇଦେଲା! ନୂଆ ବାଇକ୍ରେ ମୁଁ ଓ ମୋ ଜାନ୍ ବିନା ହେଲ୍ମେଟ୍ ଓ ବିନା ଫେସ୍ମାସ୍କରେ ବାହାରକୁ ବାହାରିଥିଲୁ ଯେ ଚାଲାଣ କଟିଗଲା। ସୁରକ୍ଷାର ଗୁରୁତ୍ବ ବୁଝାଇଥିବାରୁ ମୁମ୍ବାଇ ପୁଲିସ୍କୁ ଧନ୍ୟବାଦ୍। ସମସ୍ତେ ଫେସ୍ମାସ୍କ ଓ ହେଲ୍ମେଟ୍ ପିନ୍ଧନ୍ତୁ, ସୁରକ୍ଷିତ ରୁହନ୍ତୁ।’ ତାହାର ଉତ୍ତରରେ ମୁମ୍ବାଇ ପୁଲିସ୍ ରି-ଟ୍ବିଟ୍ କରିଛି, ‘ଆପଣଙ୍କ ପାଇଁ ଆମ ତରଫରୁ ଏହା ସୁରକ୍ଷାର ଏକ ଛୋଟ ଭାଲେଣ୍ଟାଇନ୍ସ ଡେ ଉପହାର ମାତ୍ର।’
ଉଲ୍ଲେଖଯୋଗ୍ୟ, ବଲିଉଡ ଅଭିନେତା ବିବେକ ଓବରଏଙ୍କର ଏକ ଭିଡିଓ ନିକଟରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା। ଭିଡିଓରେ ସେ ତାଙ୍କର ପତ୍ନୀଙ୍କୁ ଏକ ଦାମୀ ବାଇକରେ ବସାଇ ମୁମ୍ବାଇ ରାସ୍ତାରେ ଯାଉଥିବାର ନଜର ଆସିଥିଲେ। ହେଲେ ଗାଡ଼ି ଚଳାଉଥିବା ବେଳେ ବିବେକ ଓ ତାଙ୍କ ପତ୍ନୀଙ୍କ ମୁଣ୍ଡରେ ନା ଥିଲା ହେଲମେଟ୍ ନା ମୁହଁରେ ମାସ୍କ ।
ଏହି ଭିଡିଓ ଭାଇରାଲ ହେବାପରେ ସାମାଜିକ କାର୍ଯ୍ୟକତ୍ତା ମୀନୁ ଭର୍ଗିସ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଓ ରାଜ୍ୟ ପୁଲିସକୁ ଟ୍ରାଫିକ ନିୟମର ଉଲ୍ଲଂଘନ କରିଥିବା ହେତୁ ବିବେକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଏହି ଅଭିଯୋଗ ପାଇବା ପରେ ମୁମ୍ବାଇ ପୁଲିସ ବିନା ହେଲମେଟରେ ଗାଡ଼ି ଚଳାଇବା ଅପରାଧରେ ବିବେକଙ୍କ ନାମରେ ଏକ ଇ-ଚାଲାଣ ପଠାଇଥିଲା । ଏହାସହ ସାଣ୍ଟାକ୍ଲଜ ଟ୍ରାଫିକ୍ ପୁଲିସ ପକ୍ଷରୁ ବିବେକଙ୍କ ଉପରେ ଜରିମାନା ଲଗାଯାଇଥିଲା।
Follow Us