ସୈଫଙ୍କ  ଘରେ ଏକ ଘଣ୍ଟା ସିନ ରିକ୍ରିଏଟ ପରେ ଅଭିଯୁକ୍ତକୁ ଧରି ଫେରିଲା ପୁଲିସ

Advertisment

ସୈଫ ଅଲି ଖାନଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶହଜାଦକୁ ନେଇ ମୁମ୍ବାଇ ପୁଲିସ ସୈଫ ଅଲି ଖାନଙ୍କ ଘରେ ପହଞ୍ଚିଥିଲା। ଏକ ଘଣ୍ଟା ସମୟ ଧରି ସିନ ରିକ୍ରିଏଟ କରିବା ପରେ ପୁଲିସ ତଥ୍ୟ ସଂଗ୍ରହ କରି ଅଭିଯୁକ୍ତକୁ ଧରି ଫେରି ଆସିଥିଲା।

ସୈଫ ଅଲି ଖାନଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶହଜାଦକୁ ନେଇ ମୁମ୍ବାଇ ପୁଲିସ ସୈଫ ଅଲି ଖାନଙ୍କ ଘରେ ପହଞ୍ଚିଥିଲା। ଏକ ଘଣ୍ଟା ସମୟ ଧରି ସିନ ରିକ୍ରିଏଟ କରିବା ପରେ ପୁଲିସ ତଥ୍ୟ ସଂଗ୍ରହ କରି ଅଭିଯୁକ୍ତକୁ ଧରି ଫେରି ଆସିଥିଲା।

wqewq


ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶହଜାଦକୁ ମୁମ୍ବାଇ ପୁଲିସ ପଚରାଉଚରା ଜାରି ରଖିଛି। ଅଭିଯୁକ୍ତକୁ ନେଇ ମୁମ୍ବାଇ ପୁଲିସ ସୈଫ ଅଲି ଖାନଙ୍କ ଘରେ ପହଞ୍ଚିଥିଲା। ଏକ ଘଣ୍ଟା ସମୟ ଧରି ମହମ୍ମଦ ଶରିଫୁଲ ଇସଲାମ ଶହଜାଦ ସିନ ରିକ୍ରିଏଟ କରିବା ପରେ ପୁଲିସ ତଥ୍ୟ ସଂଗ୍ରହ କରି ଅଭିଯୁକ୍ତକୁ ଧରି ଫେରି ଆସିଥିଲା।

ଅଧିକପଢ଼ନ୍ତୁ: ଏହି କାରଣରୁ ଆକ୍ରମଣ ପରେ ବି ୨ଘଣ୍ଟା ଲୁଚି ରହିଥିଲା ଚୋର

ସୂଚନାଯୋଗ୍ୟ, ଜାନୁଆରି ୧୬ ତାରିଖ ଦିନ ଘଟିଥିବା ଛୁରାମାଡ଼ ଘଟଣା ଦିନ ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶହଜାଦ ସୈଫଙ୍କ ଘରର ସପ୍ତମ ମହଲା ପର୍ଯ୍ୟନ୍ତ ଶିଢ଼ି ଦେଇ ପହଞ୍ଚିଥିଲା। ଏହି ସପ୍ତମ ମହଲାରେ ସୈଫ ତାଙ୍କ ପରିବାର ସହିତ ବସବାସ କରନ୍ତି। ଏହାପରେ ଅଭିଯୁକ୍ତ ପାଇପ ଯୋଗେ ଦ୍ବାଦଶ ମହଲା ପର୍ଯ୍ୟନ୍ତ ପହଞ୍ଚି ସୈଫ ଓ କରିନାଙ୍କ ସାନ ପୁଅ ଜହାଙ୍ଗୀରଙ୍କ ଗାଧୁଆଘରେ ପ୍ରବେଶ କରିଥିଲା।

ଏହା କୋଠରିରୁ ବାହାରକୁ ଯାଉଥିବା ବେଳେ ଜହାଙ୍ଗୀରଙ୍କ କେୟାର ଟେକର ଅରିମିୟା ଫିଲିପ୍ସ ଚୋରକୁ ଧରି ପକାଇଥିଲେ। ଏହି ସମୟରେ ମହମ୍ମଦ ଶରିଫୁଲ ଇସଲାମ ଶହଜାଦ ଅରିମିୟାଙ୍କୁ ୧କୋଟିର ଦାବି କରିଥିଲା। ଏଥିରେ ଅରିମିୟା ଆଦୌ ବିଚଳିତ ନହୋଇ ସମସ୍ତଙ୍କୁ ଡାକ ପକାଇଥିଲେ।

ଅଧିକପଢ଼ନ୍ତୁ: ମହାକୁମ୍ଭରେ ମହାପ୍ରସାଦ ରାନ୍ଧିଲେ ଗୌତମ ଅଦାନୀ, ଭାଇରାଲ ହେଲା ଭିଡିଓ

ସୈଫ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଆସି ପହଞ୍ଚି ଯାଇଥିଲେ। ଏତିକି ବେଳେ ମହମ୍ମଦ ଶରିଫୁଲ ଇସଲାମ ଶହଜାଦ ସହିତ ସୈଫଙ୍କ ଯୁକ୍ତିତର୍କ ହୋଇଯାଇଥିଲା। ଏଥରେ ଶରିଫୁଲ ଇସଲାମ ରାଗି ଯାଇ ସୈଫଙ୍କୁ ଛୁରାମାଡ଼ କରି ଚାଲିଯାଇଥିଲା। ଏହି ଛୁରାମାଡ଼ ପରେ ସେ ଧରାପଡ଼ିଯିବା ଭୟରେ ସୈଫଙ୍କ ଘରେ ୨ଘଣ୍ଟା ଲୁଚି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe