ଜାଣନ୍ତୁ ମୁମ୍ବାଇରେ କେବେ, କେଉଁଠି ଏବଂ କେତେବେଳେ ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମାଙ୍କ ଗ୍ରାଣ୍ଡ ରିସେପସନ ପାର୍ଟି

ଜାଣନ୍ତୁ ମୁମ୍ବାଇରେ  କେବେ, କେଉଁଠି ଏବଂ କେତେବେଳେ ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମାଙ୍କ ଗ୍ରାଣ୍ଡ ରିସେପସନ ପାର୍ଟି

photo-indiatoday

ମୁମ୍ବାଇ:ଲୋକପ୍ରିୟ କ୍ରିକେଟ ତାରକା ବିରାଟ କୋହଲୀ ଏବଂ ବଲିଉଡ ନାୟିକା ଅନୁଷ୍କା ଶର୍ମା ଗତ ୧୧ ତାରିଖରେ ଇଟାଲୀରେ ବିବାହ ବନ୍ଧନରେ ଆବଦ୍ଧ ହେବାପରେ ଫିନଲାଣ୍ଡରେ ହନିମୁନ୍‌ ମନାଇଥିଲେ। ସେଠାରୁ ଫେରି ଏହି ସଦ୍ୟ ବିବାହିତ ଦଂପତି  ନୂଆଦିଲ୍ଲୀଠାରେ ଏକ ବ୍ୟୟବହୁଳ ରିସେପସନ ପାର୍ଟିର ଆୟୋଜନ କରିଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ।

publive-image photo-ndtv

ଏବେ ଏ ଦୁହେଁ ୨୬ ତାରିଖରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପସନ ପାର୍ଟିର ଆୟୋଜନ କରିଛନ୍ତି। ଏହା ସେଣ୍ଟ ରେଗିସ୍‌ ହୋଟେଲ ପରିସରରେ ଅନୁଷ୍ଠିତ ହେବ। ଏଥିରେ ଥିବା ଆଷ୍ଟର୍‌ ବଲରୁମରେ ପାର୍ଟି ହେବ। ଏହି ହଲର  ଉଚ୍ଚତା ୨୩ ଫୁଟ୍‌। ପ୍ରାୟ ୬୪୩୩ ବର୍ଗ ଫୁଟ ଅଞ୍ଚଳରେ ନିର୍ମିତ ଏହି ହଲରେ ୩୦୦ ଅତିଥିଙ୍କ ବସିବା ଲାଗି ସୁବିଧା ରହିଛି। ଏହାର ତିନିଟି ଭାଗ ରହିଛି। ଏଥିମଧ୍ୟରୁ ଗୋଟିଏ ହେଲା ପ୍ରି ଫଙ୍କସନ୍‌ ଏରିଆ,ଆରଟି ହେଲା ସେଣ୍ଟ୍ରାଲ ବଲରୁମ୍‌ ଏବଂ ଏଷ୍ଟର ଟେରେସ୍‌ ।  ଏଠାରେ ମଙ୍ଗବାର ରାତି ୮ଟାରୁ ଏହି ପାର୍ଟି ଆରମ୍ଭ ହେବ ବୋଲି ଜଣାଯାଇଛି।ଏବେ ସମସ୍ତଙ୍କ ନଜର ରହିଛି କେଉଁ ସେଲିବ୍ରିଟିମାନେ ଏହି ଗ୍ରାଣ୍ଡ ରିସେପସନ ପାର୍ଟିରେ ଯୋଗ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe