ନଭେମ୍ବର ୩ରେ ରିଲିଜ୍‌ ହେବ ‘ ମୁଁ ଗୋଟେ ଦୁଷ୍ଟ ପିଲା ’!

Advertisment
ନଭେମ୍ବର ୩ରେ ରିଲିଜ୍‌ ହେବ ‘ ମୁଁ ଗୋଟେ ଦୁଷ୍ଟ ପିଲା ’!

ଭୁବନେଶ୍ୱର: ଅଭିନେତା-ନିର୍ଦେଶକ ଅଶୋକ କୁମାର ମଲ୍ଲିକ ତାଙ୍କ ନିର୍ଦେଶିତ ଓଡ଼ିଆ ଛବି ‘ ମୁଁ ଗୋଟେ ଦୁଷ୍ଟ ପିଲା ’କୁ ରିଲିଜ କରିବା ପାଇଁ ଢ଼େର ଦିନ ହେବ ପ୍ରସ୍ତୁତି ଚଳାଇଛନ୍ତି। ଅଶୋକଙ୍କ ସୂଚନା ଅନୁଯାୟୀ ଫିଲ୍ମର ସମସ୍ତ କାମ ଶେଷ ହୋଇସାରିଛି।ଏହି ସିନେମାକୁ ସେ ପ୍ରଥମେ ଚଳିତ ବର୍ଷ କାଳୀପୂଜା ଅବସରରେ ରିଲିଜ୍‌ କରିବାର ଲକ୍ଷ୍ୟ ରଖିଥିଲେ ,ହେଲେ ତାହା ସମ୍ଭବପର ହୋଇନଥିଲା। ଏହାର ମଧ୍ୟ ଏକାଧିକବାର ରିଲିଜ୍‌ ତାରିଖ ବଦଳିଛି । ଏହି ସିନେମା ନଭେମ୍ବର ୩ରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।

publive-image

ଏହି ଛବିରେ ନିଜେ ଅଶୋକ ଗୋଟିଏ ଦୁଷ୍ଟ ପିଲା ଭୂମିକାରେ ନଜର ଆସିବେ। ସେ କିଭଳି ଦୁଷ୍ଟାମି କରୁଛନ୍ତି, ତାହା ଫିଲ୍ମ ରିଲିଜ୍‌ ପରେ ଦର୍ଶକ ଜାଣିପାରିବେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦୁଷ୍ମନ୍ତ ପଣ୍ଡା,ଝାନସୀ, ଦିବ୍ୟା, ରାନୀ, ଅସିତ ପତି, ବନମାଳୀ ପାଣ୍ଡିଆ, ଥିନ୍‌, ବ୍ରଜ ସିଂହ ଏବଂ ଦେବୀ ବାରିକ ପ୍ରମୁଖ ଅଭିନୟ କରିଛନ୍ତି। ‘ମୁଁ ଗୋଟେ ଦୁଷ୍ଟ ପିଲା’ର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦେଶନା ଦାୟିତ୍ୱରେ ଅଛନ୍ତି ନିଜେ ଅଶୋକ କୁମାର। ବିଦ୍ୟାଧର ସାହୁ ଏହି ସିନେମାରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe