ଏହି ଓଲିଉଡ ନାୟକ ପୁଣି ଆସୁଛନ୍ତି ଏକ ନୂଆ ରୂପରେ

Advertisment
ଏହି ଓଲିଉଡ ନାୟକ ପୁଣି ଆସୁଛନ୍ତି ଏକ ନୂଆ ରୂପରେ

ଭୁବନେଶ୍ୱର: ଜଣେ ଓଲିଉଡ ହିରୋ ଏବେ ପୁଣି ଏକ ନୂଆ ରୂପରେ ଆସୁଛନ୍ତି ।ଏଠାରେ ଯେଉଁ ନାୟକଙ୍କ କଥା କୁହାଯାଉଛି,ତାଙ୍କ ନାଆଁ ହେଲା ଅର୍ଦ୍ଧେନ୍ଦୁ। ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘କାଉଁରୀ କନ୍ୟା’। ତା’ପରେ ସେ ‘ଅ ଆ ହର୍ଷେଇ’,‘ଟପୋରି’ ଓ ‘ବ୍ଲାକ୍‌ମେଲ୍‌’ଭଳି ସିନେମାରେ ନାୟକ ଭୂମିକା ନିଭାଇଥିଲେ।

ସେ ଏକ ନୂଆ ଓଡ଼ିଆ ସିନେମାରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି। ଏହି ସିନେମାରେ ଅର୍ଦ୍ଧେନ୍ଦୁଙ୍କ ନାୟିକା ହେଲେ ଅନୁଭା । ଯେଉଁ ସିନେମାରେ ପ୍ରଥମଥର ପାଇଁ ଏ ଦୁଇ କଳାକାର ଏକାଠି ହୋଇଛନ୍ତି,ତା’ର ଟାଇଟଲ୍‌ ରହିଛି ‘ମୁଁ ପରଦେଶୀ ଚଢ଼େଇ’। ଏହା ଏକ ରୋମାଣ୍ଟିକ୍‌ ଫିଲ୍ମ।

publive-image

ଏହି ଫିଲ୍ମରେ ଅର୍ଦ୍ଧେନ୍ଦୁ ଓ ଅନୁଭାଙ୍କ ବ୍ୟତୀତ ମିହିର ଦାସ,ପୁଷ୍ପା ପଣ୍ଡା ଓ ମନୋଜ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ‘ମୁଁ ପରଦେଶୀ ଚଢେଇ’ର ନିର୍ଦ୍ଦେଶକ ହେଲେ କେ.ମୁରଲୀ କ୍ରିଷ୍ଣା, ଯିଏ କି ଆଗରୁ ରଙ୍ଗିଲା ଟୋକା, ଚଉକା ଛକା,କେହି ଜଣେ ଭଲ ଲାଗେରେ,ଗପ ହେଲେ ବି ସତ,ଜଗା ହାତରେ ପଘା,ଅଭୟ,ଅଗସ୍ତ୍ୟ ,ବେବି ଓ ଚଂପିଆନ୍‌ ଆଦି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ଅର୍ଦ୍ଧେନ୍ଦୁଙ୍କ ପୂର୍ବ ସିନେମା ‘ବ୍ଲାକମେଲ ’କୁ ଦର୍ଶକ ପସନ୍ଦ କରିଥିଲେ। ଦେଖିବା କଥା ଏହି ନୂଆ ସିନେମା ‘ମୁଁ ପରଦେଶୀ ଚଢ଼େଇ’ରେ ସେ କି କମାଲ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe