କାଷ୍ଟିଂ କାଉଚର ଶିକାର ହେବାପରେ ମୋର ସ୍ବପ୍ନର ବେକ ମୋଡ଼ି ଦେଇଥିଲି: ଅଭୟ

Advertisment

୨୦୨୩ ମସିହାରେ ‘ସେଫେଦ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥି‌ଲେ ଅଭିନେତା ଅଭୟ ବର୍ମା । କାମ ପାଇଁ ମୁମ୍ବାଇ ଯାଇଥିବା ବେଳେ ଅଭୟ ହୋଇଥିଲେ କାଷ୍ଟିଂ କାଉଚର ଶିକାର।

୨୦୨୩ ମସିହାରେ ‘ସେଫେଦ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥି‌ଲେ ଅଭିନେତା ଅଭୟ ବର୍ମା । କାମ ପାଇଁ ମୁମ୍ବାଇ ଯାଇଥିବା ବେଳେ ଅଭୟ ହୋଇଥିଲେ କାଷ୍ଟିଂ କାଉଚର ଶିକାର।

7

ନୂଆଦିଲ୍ଲୀ: ହରର କମେଡି ଚଳଚ୍ଚିତ୍ର ମୁଂଜ୍ୟା ଜରିଆରେ ସୁନାମ ଅର୍ଜନ କରିଥିବା ଅଭିନେତା ଅଭୟ ବର୍ମା ନିକଟରେ ଏକ ସାକ୍ଷାତକାରରେ ମୁମ୍ବାଇରେ ତାଙ୍କର ପ୍ରଥମ ଦିନକୁ ମନେ ପକାଇ ଭାବିବହ୍ବୋଳ ହୋଇପଡ଼ିଥି‌ଲେ।

 ଏହି ଦିନକୁ ମନେ ପକାଇ ଅଭୟ ବର୍ଶ  କହିଛନ୍ତି, ‘ମୁଁ ଥରେ ଏକ ମିଟିଂ ପାଇଁ ଯାଇଥିଲି। ସେଠାରେ ମୋତେ କାଷ୍ଟିଂ କାଉଚ୍ ସାମ୍ନା କରିବାକୁ ପଡ଼ିଥିଲା। ଏହି ଘଟଣା ପରେ ମୁଁ ମୁମ୍ବାଇରୁ ହରିୟାଣାରେ ନିଜ ଘରକୁ ଫେରିଆସିଥିଲି।  ସେତେବେଳେ ମୁଁ ସରଳ ଓ ନିରୀହ ଥିଲି। ଲୋକଙ୍କୁ ଭଲଭାବେ ଚିହ୍ନି ପାରୁ ନଥିଲି। ସମସ୍ତଙ୍କୁ ଭଲ ଭାବୁଥିଲୁ। କିନ୍ତୁ ପ୍ରତି କ୍ଷେତ୍ରରେ ଆମକୁ ଅନେକ ଲୋକ ମିଳିଥାଆନ୍ତି। ଏମାନଙ୍କ ମଧ୍ୟରୁ କିଏ ଭଲ କିଏ ମନ୍ଦ ପରିଖିବା କଷ୍ଟ ହୋଇଯାଇଥାଏ।

ମୁଁ ଅନେକ ସ୍ବପ୍ନ ନେଇ ମୁମ୍ବାଇ ଯାଇଥିଲି। କିନ୍ତୁ  କାମକୁ ନେଇ ମୋତେ କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଥିଲା। ଯେଉଁ କାରଣରୁ  ଘରକୁ ଫେରିଆସି ମୋର ସବୁ ସ୍ବପ୍ନର ବେକ ମୋଡ଼ି ଦେଇଥିଲି। କିନ୍ତୁ କିଛିଦିନ କିଛମାସ ପରେ ମନକୁ ଦୃଢ଼ କଲି। ସ୍ଥିର କଲି ଅନ୍ୟକୁ ମୋ ଜୀବନ ଓ କ୍ୟାରିୟର ସହିତ ଖେଳିବାର କିଛି ଅଧିକାର ନାହିଁ। ମୁଁ ମୋର ଯାତ୍ରାରେ ଏକା ଚାଲିବି ଏକା ଲଢ଼ିବି। ଏଥିପାଇଁ କାହାରି ସାହାଯ୍ୟ ଲୋଡ଼ିବି ନାହିଁ ବୋଲି ସ୍ଥିର କରି ମୁମ୍ବାଇ ଫେରି ଯାଇଥିଲି। କାମ ମିଳିବା ପରେ ସେଥିରେ ନିଜକୁ ହଜେଇ ଦେଇଥିଲି।

ଅଭୟ ବର୍ମାଙ୍କ କର୍ମମୟ ଜୀବନ କଥା କହିଲେ ଗତବର୍ଷ ଅର୍ଥାତ ୨୦୨୩ ମସିହାରେ ‘ସେଫେଦ’ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଅଭୟ ଏହି ଚଳଚ୍ଚିତ୍ରରେ ଟ୍ରାନ୍ସଜେଣ୍ଡର ଭୂମିକାରେ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe