ପୁଣି ଫେରୁଛନ୍ତି ମୁନ୍ନାଭାଇ-ସର୍କିଟ୍, କିନ୍ତୁ ଏହା ମୁନ୍ନାଭାଇ-୩ କି ?

Advertisment
ପୁଣି ଫେରୁଛନ୍ତି ମୁନ୍ନାଭାଇ-ସର୍କିଟ୍, କିନ୍ତୁ ଏହା ମୁନ୍ନାଭାଇ-୩ କି ?

ମୁମ୍ବାଇ : ବଲିଉଡର ଅନ୍ୟତମ ପ୍ରସିଦ୍ଧ ଯୋଡ଼ି ହେଉଛନ୍ତି ମୁନ୍ନାଭାଇ (ସଂଜୟ ଦତ୍ତ) ଓ ସର୍କିଟ୍ (ଅର୍ସାଦ ଓ୍ବାର୍ସି) । ମୁନ୍ନାଭାଇ ସିରିଜର ଫିଲ୍ମରେ ଅଭିନୟ କରି ଏହି ଦୁଇ ଚରିତ୍ରକୁ ଅମର କରିଦେଇଛନ୍ତି । ଦର୍ଶକ ଏବେ ମୁନ୍ନାଭାଇ ସିରିଜର ୩ୟ ଚଳଚ୍ଚିତ୍ରକୁ ଅପେକ୍ଷା କରିଥିବାବେଳେ ସଂଜୟ ଦତ୍ତ ନାମକରଣ ହୋଇନଥିବା ଏକ ଫିଲ୍ମର ପୋଷ୍ଟର ଜାରି କରିଛନ୍ତି । ସେଥିରେ ଉଭୟ ସଂଜୟ ଓ ଅର୍ସଦ ରହିଛନ୍ତି । ଏହା ପରେ ମୁନ୍ନାଭାଇ-୩କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିନ୍ତୁ ଏହା ଏକ ଭିନ୍ନ ଚଳଚ୍ଚିତ୍ର ବୋଲି ଜଣାପଡ଼ିଛି ।

ସଞ୍ଜୟ ଦତ୍ତ ଆଜି ତାଙ୍କର ନୂତନ ଚଳଚ୍ଚିତ୍ରର ପୋଷ୍ଟର ସେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, 'ଆମର ଅପେକ୍ଷା ଆପଣଙ୍କ ଠାରୁ ଅଧିକ ସମୟ ହୋଇଛି, କିନ୍ତୁ ଶେଷରେ ଅପେକ୍ଷା ଶେଷ ହୋଇଛି, ମୋ ଭାଇ ଅରଶଦ ୱାର୍ସିଙ୍କ ସହ ଆଉ ଏକ ରୋମାଞ୍ଚକର ଚଳଚ୍ଚିତ୍ର ପାଇଁ ଆସୁଛି। ଆପଣଙ୍କୁ ଦେଖାଇବାକୁ ଅପେକ୍ଷା କରିପାରିବେ ନାହିଁ। "

ପୋଷ୍ଟରରେ ଉଭୟ ସଞ୍ଜୟ ଏବଂ ଅର୍ସାଦ କଏଦୀଙ୍କ ୟୁନିଫର୍ମ ପିନ୍ଧି ଜେଲ ପଛରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରର ପୋଷ୍ଟର ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇପଡିଛନ୍ତି । ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe