ଦୁଇଟି ପରିବାରର କାହାଣୀ ‘ମୁରବି’

ମେଣ୍ଟିସ୍ ଫିଲ୍ମସ୍‌ର ପ୍ରସ୍ତୁତି ‘ମୁରବି’ ଆସନ୍ତା ନଭେମ୍ବରରେ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ରହିଛି ବିପରୀତଧର୍ମୀ ଦୁଇ ପରିବାରର କାହାଣୀ। କୁନା ତ୍ରିପାଠୀ ଜେନା ପରିବାରର ମୁରବି ସାଜିଥିବା ବେଳେ ସ୍ୱାଇଁ ପରିବାରର ମୁରବି ହୋଇଛନ୍ତି....

dgjgjddgjdjgcbn

ମେଣ୍ଟିସ୍ ଫିଲ୍ମସ୍‌ର ପ୍ରସ୍ତୁତି ‘ମୁରବି’ ଆସନ୍ତା ନଭେମ୍ବରରେ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ରହିଛି ବିପରୀତଧର୍ମୀ ଦୁଇ ପରିବାରର କାହାଣୀ। କୁନା ତ୍ରିପାଠୀ ଜେନା ପରିବାରର ମୁରବି ସାଜିଥିବା ବେଳେ ସ୍ୱାଇଁ ପରିବାରର ମୁରବି ହୋଇଛନ୍ତି ଚୌଧୁରୀ ଜୟ ପ୍ରକାଶ ଦାସ। ସ୍ୱାଇଁବାବୁ ଭଦ୍ର, ସମୟାନୁବର୍ତ୍ତୀ, ଅନୁଶାସନପ୍ରିୟ ଓ ରକ୍ଷଣଶୀଳ। ଖୋଲା ଜୀବନ ଜିଇବା ସେ କେବେଠୁ ଭୁଲି ସାରିଛନ୍ତି। ହେଲେ ଜେନାବାବୁ ବିନ୍ଦାସ ସ୍ବଭାବର। ବୟସର ଛାପ ତାଙ୍କ ମନକୁ ଛୁଇଁ ପାରିନି। ଅବସର ପରର ଭାବ ତାଙ୍କ ମୁହଁରେ ନାହିଁ। ସେ କୁହନ୍ତି, ଜୀବନ ବଂଚିବା ପାଇଁ, କାଟିବା ପାଇଁ ନୁହେଁ। ଦୁହେଁ ପୁରୁଣା ବନ୍ଧୁ। ଅନେକ ଦିନ ପରେ ଦେଖା। କିଏ କାହାକୁ କେତେ ବଦଳେଇ ପାରୁଛି ତାହା ଦେଖିବାକୁ ମିଳିବ ‘ମୁରବି’ରେ।

ଦୁଇ ବିପରୀତଧର୍ମୀ ପରିବାରର କାହାଣୀକୁ ନେଇ ଆସୁଛି ଓଡ଼ିଆ ସିନେମା ‘ମୁରବି’। ସେମାନଙ୍କ ଭିତରେ ଥିବା ତିକ୍ତତାକୁ ଏଥିରେ ମଜାଦାର ଢଙ୍ଗରେ ଉପସ୍ଥାପନ କରାଯାଇଛି।

‘ମୁରବି’ର ପ୍ରଯୋଜନା ସହିତ କାହାଣୀ ରଚନା କରିଛନ୍ତି ଜଣାଶୁଣା ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ। ସହ-ପ୍ରଯୋଜକ ଅଛନ୍ତି ସୁମନ୍ତ ବୈରାଗୀ ଓ ଅଗ୍ନିମିତ୍ର। ନିର୍ଦ୍ଦେଶନାର ଭାର ସେମାନେ ନ୍ୟସ୍ତ କରିଛନ୍ତି ଯୁବ ନିର୍ଦେଶକ ଶିଶିର କୁମାର ସାହୁ ଓ ପିନାକୀ ସିଂଙ୍କ ହାତରେ। କ୍ୟାମେରା ସମ୍ଭାଳିଛନ୍ତି ଯୁଧିଷ୍ଠିର ବେହେରା। ସେକେଣ୍ଡ୍ ୟୁନିଟ କ୍ୟାମେରାମ୍ୟାନ ଅଛନ୍ତି ଫଲଗୁ ଶତପଥୀ। ଅଗ୍ନିମିତ୍ର ସଂଗୀତ ନିର୍ଦ୍ଦେଶନାରେ ଥିବା ବେଳେ ସଂଳାପ, ଚିତ୍ରନାଟ୍ୟ ଓ ଗୀତ ରଚନା କରିଛନ୍ତି ପି. ସନ୍ତୋଷ। ରାଜଶ୍ରୀ ଫିଲ୍ମସ ଏହାର ବିତରଣ ଦାୟିତ୍ୱ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe