QNewsHub
ଅନିଲ କପୁରଙ୍କ ମୁହଁଠାରୁ ତାଙ୍କ ମାଂସପେଶୀ (ମସଲ୍ସ୍) ବେଶି ଆକର୍ଷଣୀୟ ବୋଲି ଅନିଲ କପୁର ନିଜେ ଅନୁଭବ କରୁଛନ୍ତି। ୬୦ ବର୍ଷୀୟ ଏହି ଅଭିନେତା ବଲିଉଡ୍ର ଫିଟ୍ ଅଭିନେତାମାନଙ୍କ ମଧ୍ୟରେ ଅନ୍ୟତମ। ଏହାର ପ୍ରମାଣ ସେ ଆଜି ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଥିବା ଏକ ଫଟୋରୁ ସ୍ପଷ୍ଟ ହେଉଛି। ଘରେ ୱାର୍କ-ଆଉଟ୍ କରୁଥିବା ସମୟର ଏକ ଫଟୋ ଅନିଲ ଇନ୍ଷ୍ଟାରେ ସେୟାର କରିବା ସହ ଏହାର ଶିରୋନାମାରେ ଲେଖିଛନ୍ତି, ଯେତେବେଳ ତୁମ ମସଲ୍ସ୍ ତୁମ ମୁହଁଠାରୁ ବେଶି ଆକଷର୍ଣୀୟ ହୋଇଥିବ। ଫଟୋଟିରେ ଅନିଲ ନିଜ ବାଇସେପ୍ ଷ୍ଟ୍ରେଚ୍ କରୁଥିବାର ଦେଖିବାକୁ ମିଳିଛି।
Follow Us