ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ ଆର୍‌ ରହମାନଙ୍କ ମାତୃ ବିୟୋଗ

ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ ଆର୍‌ ରହମାନଙ୍କ ମାତୃ ବିୟୋଗ

zeenews.india.com

ମୁମ୍ବାଇ: ସୁପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏଆର୍‌ ରହମାନଙ୍କ ମାଆ କରୀମା ବେଗମ‌ଙ୍କର ସୋମବାର ପରଲୋକ ହୋଇଛି। ତାଙ୍କର ଚେନ୍ନାଇରେ ପରଲୋକ ହୋଇଥିବା ସୂଚନା ରହିଛି। ଏଆର୍‌ ରହମାନ ତାଙ୍କ ମାଆଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରିବା ପରେ ବିଭିନ୍ନ ମହଲରୁ ତାଙ୍କୁ ସମବେଦନା ମିଳିବା ସହ ତାଙ୍କ ମାଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ଦେଖିବାକୁ ମିଳିଛି।

ବୟସାଧିକ୍ୟ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି। ଆଜି ତାଙ୍କର ଅନ୍ତିମ ସତ୍କାର କରାଯିବ ବୋଲି ସୂଚନା ରହିଛି। କରୀମା ବେଗମ୍‌ ସୁପ୍ରିସଦ୍ଧ ସଂଗୀତ ନିର୍ଦ୍ଦେଶକ ଆର.କେ.ଶେଖର‌ଙ୍କୁ  ବିବହା କରିଥିଲେ। ଏ.ଆର.ରହମାନଙ୍କ ବାପା ବହୁ ମାଲାୟାଲାମ ଚଳଚ୍ଚିତ୍ରର ଜଣେ ଲୋକପ୍ରିୟ ସଂଗୀତ  ନିର୍ଦ୍ଦେଶନା ଥିଲେ। ସେ ୫୨ଟି ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ସଂଗୀତ ନିର୍ଦ୍ଦେଶକ ଏ ଆର୍‌ ରହମାନ ନିଜ ମାଆଙ୍କ ସହ ବେଶ୍‌ ଘନିଷ୍ଠ ଥିଲେ। ଏପରିକି ଅନେକ ସମୟରେ ତାଙ୍କ ସଫଳତାର ଶ୍ରେୟ ସେ ନିଜ ମାଆଙ୍କୁ ପୂର୍ବରୁ ଦେଇ ଆସିଛନ୍ତି। ତାଙ୍କ ମାଆଙ୍କ ମୃତ୍ୟୁ ପରେ ତାଙ୍କ ଉଦ୍ଦେଶ୍ୟରେ ସୋସିଆଲ୍‌ ମିଡିଆରେ ଏବେ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ଆସିବାରେ ‌ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe