Advertisment

ଓଡ଼ିଆ ଚଳଚ୍ଚିତ୍ର ‘ଆଖି ବୁଜିଦେଲେ ତୁ’ର ମ୍ୟୁଜିକ୍ ରିଲିଜ୍

Advertisment
ଓଡ଼ିଆ ଚଳଚ୍ଚିତ୍ର ‘ଆଖି ବୁଜିଦେଲେ ତୁ’ର ମ୍ୟୁଜିକ୍ ରିଲିଜ୍

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆଖି ବୁଜିଦେଲେ ତୁ’ର ମ୍ୟୁଜିକ୍ ରିଲିଜ୍ ହେଇଯାଇଛି। ଭୁବନେଶ୍ବର ପ୍ରେସ୍ କ୍ଲବ୍ ପରିସରରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଯୋଜକ-ଅଭିନେତା ପୁପିନ୍ଦର, ସହ ପ୍ରଯୋଜକ ସମାଜସେବୀ ନୃସିଂହନାଥ ନନ୍ଦ ଓ ଲେଖକ ନିରଞ୍ଜନ କର, ନିର୍ଦ୍ଦେଶକ ମୁରଲୀଧରଙ୍କ ସମେତ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଓ ଯୁବ ସାମ୍ବାଦିକ ହିତେଶ ନାୟକ। ଉତ୍ସବରେ ଗୀତିକାର ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ଶଶାଙ୍କ ଶେଖର, ତିଲକ ଚକ୍ରବର୍ତ୍ତୀ, ଅଞ୍ଜଳି ମିଶ୍ର ପ୍ରମୁଖ ଯୋଗ‌ ଦେଇଥିଲେ।

ଏଥିରେ ଥିବା ଗୀତ ଓ ଗୀତଦୃଶ୍ୟ ଦେଖିବା ପରେ ଉପସ୍ଥିତ କଳାକାର, ଅତିଥି ଓ ଦର୍ଶକ ଏସବୁ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶାବ୍ୟକ୍ତ କରିଥିଲେ। ଏଇ ଚଳଚ୍ଚିତ୍ରରେ ସ୍ବର୍ଗତ ରବି ମିଶ୍ର, ପୁପିନ୍ଦର, ଦୀପିକା, ଜ୍ୟୋତିର୍ମୟୀ, ଜର୍ଜ ତିଆଡ଼ି, ସମରେଶ ରାଉତରାୟ, ମନୋଜ ମିଶ୍ର, ଜୀବନ ପଣ୍ଡା, ଗୁଡ୍ଡୁ, ସୁମନ, ନଳିନୀ, ନିରଞ୍ଜନ ପ୍ରମୁଖ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଆଉ କିଛିଦିନ ମଧ୍ୟରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ଏହାର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe