ଚର୍ଚ୍ଚାରେ ମ୍ୟୁଜିକ୍ ଭିଡିଓ ’ମୋ ଭଲପାଇବା କୋଉଠୁ ପାଇବୁ’

Advertisment
ଚର୍ଚ୍ଚାରେ ମ୍ୟୁଜିକ୍ ଭିଡିଓ ’ମୋ ଭଲପାଇବା କୋଉଠୁ ପାଇବୁ’

‘ମୋ ଭଲପାଇବା କୋଉଠୁ ପାଇବୁ’ ଗୀତଦୃଶ୍ୟଟିର ନିର୍ଦ୍ଦେଶନା ଦେବା ସହ ନାୟକ ଭୂମିକାରେ ମଧ୍ୟ ଅବତୀର୍ଣ୍ଣ ହେଇଛନ୍ତି ଗୋଲ୍ଡି ଦାସ। ଏଇ ମ୍ୟୁଜିକ୍ ଭିଡିଓଟି ଏବେ ବେଶ୍ ଚର୍ଚ୍ଚାରେ ରହିଛି। ଏହା ବ୍ୟତୀତ ‘ତୋ ପାଇଁ ମୋ ପ୍ରେମ’ ଓ ‘ଭୁଲିଗଲୁ ତୁ ମନରେ ଦୁଃଖ ନାହିଁ’; ଏ ଦୁଇଟି ଗୀତଦୃଶ୍ୟ ମଧ୍ୟ ଖୁବଶୀଘ୍ର ଦର୍ଶକଙ୍କୁ ଗୋଲ୍ଡି-ତନୁଶ୍ରୀ ଯୋଡ଼ି ଉପହାର ଦେବାକୁ ଯାଉଛନ୍ତି। ସୋହୋ ମ୍ୟୁଜିକ୍ ତରଫରୁ ଲଗାତାର ଏଭଳି ଆଖିଦୃଶିଆ ଭିଡିଓ ପ୍ରସ୍ତୁତ ‌ହେଉଛି। ତନୁଶ୍ରୀ ଶୈଳେନ୍ଦ୍ରଙ୍କ ସହ ‘ମୋ ଘର ବାଟ ଦେଇ’, ‘ରାଜି ଥରେ ହେଇ ଯା’ ଓ ‘ନୀହାରିକା’ ଆଦିରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି।

ୱେବ୍‌ସିରିଜ୍‌ ‘ଗଡ଼ବଡ଼ ନୁହେଁ କିଛି’ରେ ମଧ୍ୟ ଏ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା। ଗୋଲ୍ଡି ଦାସ କଞ୍ଚାଲଙ୍କା ପ୍ଲାଟ୍‌ଫର୍ମରେ ‘ମା ସମଲେଶ୍ବରୀ’, ‘ଲଭ୍‌ଲୀ ଲଭ୍‌ଲୀ’, ଓ ଭୁବନେଶ୍ବର ନାଇଟ୍’ରେ ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ତେଲୁଗୁ ଚଳଚ୍ଚିତ୍ର ‘ଟ୍ରୁ ଲଭ୍’ର ନାୟକ-ନାୟିକା ଭାବେ ଗୋଲ୍ଡି ଓ ତନୁଶ୍ରୀ ମନୋନୀତ ହେଇଛନ୍ତି। ଏହାର ସୁଟିଂ ଜାନୁଆରି ମାସରୁ ଆରମ୍ଭ ହେବ। ଗୋଲ୍ଡିଙ୍କ ନିର୍ଦ୍ଦେଶନାରେ ‘କଲ୍ୟାଣ ବାବା’ ଓ ‘ନଶା’ ଆଦି ୱେବ୍‌ସିରିଜ୍‌ ନିର୍ମାଣ ହେଇଛି। ସାବିତ୍ରୀ ମ୍ୟୁଜିକ୍‌ରେ ସେ ନିର୍ଦ୍ଦେଶନା ଦେଇଥିବା ‘ପାଗଳ ଭଅଁର’ ମଧ୍ୟ ଲକ୍ଷାଧିକ ଦର୍ଶକଙ୍କୁ ମନୋରଂଜନ ଦେଇଛି। କେବଳ ନିର୍ଦ୍ଦେଶନା ନୁହେଁ ଅଭିନୟରେ ମଧ୍ୟ ଗୋଲ୍ଡି ପୋଖତ ବୋଲି ଜଣାପଡ଼ିଛି। ‘ସୁଭଦ୍ରା’ ଧାରାବାହିକରେ ସେ କରିଥିବା ଦୁଃଶାସନ ଚରିତ୍ର ମଧ୍ୟ ଦର୍ଶକଙ୍କ ଦ୍ବାରା ପ୍ରଶଂସିତ ହେଇଛି। ବାରିପଦା ପୁଅ ଗୋଲ୍ଡି ଏବଂ ବାଲେଶ୍ବର ଝିଅ ତନୁଶ୍ରୀଙ୍କ ଯୋଡ଼ି ଏବେ ଦର୍ଶକଙ୍କୁ ଭରପୂର ମନୋରଂଜନ ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe