ନୂଆବର୍ଷରୁ ଏ ଦୁଇ ସଙ୍ଗୀତକାରଙ୍କ ଭିତରେ ଲଢ଼େଇ ଆରମ୍ଭ

ନୂଆବର୍ଷରୁ ଏ ଦୁଇ ସଙ୍ଗୀତକାରଙ୍କ ଭିତରେ ଲଢ଼େଇ ଆରମ୍ଭ

ଭୁବନେଶ୍ୱର: ଓଲିଉଡ୍‍ର ଦୁଇ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ୍‌ ମଜୁମଦାର୍‌ ଓ ପ୍ରେମ ଆନନ୍ଦ। ଏମାନଙ୍କ ଭିତରୁ ଅଭିଜିତ୍‌ ପ୍ରେମଆନ୍ଦଙ୍କଠୁଁ କ୍ୟାରିଅର ଦୃଷ୍ଟିରୁ ସିନିଅର୍‌। ଅଭିଜିତ୍‌ ମଜୁମଦାର୍‌ ବାସୁଦେବ ତ୍ରୀପାଠୀଙ୍କ ପ୍ରଯୋଜିତ ‘କାଶିଆ କପିଳା’(୧୯୯୮) ଓ ପ୍ରେମା ଆନନ୍ଦ ସୁଶାନ୍ତ ସାହୁଙ୍କ ପ୍ରଯୋଜିତ ‘ତୁ ଏକା ଆମ ସାହା ଭରଷା’(୨୦୦୪)ରୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଓଲିଉଡ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାପରେ ଦୁହେଁ ପଛକୁ ଫେରି ଚାହିଁନାହାନ୍ତି। ଦୁହେଁ ନିୟମିତ ଭାବେ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଆସୁଛନ୍ତି।

publive-image Incredible Orissa

ହେଲେ କିଛି ବର୍ଷ ହେବ ଅଭିଜିତ୍‌ ମଜୁମଦାର୍‌ ଓ ପ୍ରେମ ଆନନ୍ଦ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାବେ ଠିଆ ହୋଇଛନ୍ତି ଓଲିଉଡ୍‍ରେ। ଗତବର୍ଷ ବି ସେପରି ଦେଖିବାକୁ ମିଳିଥିଲା। ଗତବର୍ଷ ରଜ ଓ ଦଶହରା ଅବସରରେ ଏହି ଦୁଇ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ପରସ୍ପରରପ୍ରତିଦ୍ୱନ୍ଦ୍ୱୀ । ଗତବର୍ଷ ରଜରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଅଭୟ’ରେ ପ୍ରେମଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ‘ସିଷ୍ଟର ଶ୍ରୀଦେବୀ’ର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଅଭିଜିତ୍‌ ମଜୁମଦାର୍‌। ଠିକ୍‌ ସେହିଭଳି ଦଶହରା ଅବସରରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ହିରୋ ନମ୍ବର ଓ୍ଵାନ୍‌’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ୍‌ ମଜୁମଦାର ଓ ଅନ୍ୟ ଦୁଇଟି ଛବି ‘ଶିବା ନଟ୍‌ ଆଉଟ୍‌’ ଓ ‘କାବୁଲା ବାରବୁଲା: ସର୍ଚ୍ଚିଂ ଫର୍‌ ଲୈଲା’ର ସଙ୍ଗୀତକାର ଥିଲେ ପ୍ରେମଆନନ୍ଦ।

publive-image Incredible Orissa

ତେବେ ୨୦୧୮ବର୍ଷ ଆରମ୍ଭରୁ ହିଁ ଅଭିଜିତ୍‌ ଓ ପ୍ରେମ ଆନନ୍ଦ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭାହେଲେଣି। ଚଳିତ ମାସ ଦ୍ୱିତୀୟ ସପ୍ତାହରେ ମୁକ୍ତିଲାଭ କରିବାକୁ ଯାଉଛି ଦୁଇଟି ଓଡ଼ିଆ ସିନେମା। ଏହା ହେଲା ‘ହାପି ଲକି’ ଏବଂ ‘ଓନ୍‌ଲି ପ୍ୟାର୍‌’। ଏହି ଦୁଇ ସିନେମା ମଧ୍ୟରୁ ‘ହାପି ଲକି’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମଆନନ୍ଦ ଓ ‘ଓନ୍‌ଲି ପ୍ୟାର୍‌’ର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ ମଜୁମଦାର୍‌’। ଅର୍ଥାତ୍‌ ଦୁହିଁଙ୍କ ଭିତରେ ବର୍ଷ ଆରମ୍ଭରୁ ହିଁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି ବୋଲି କୁହାଯାଇପାରେ। ଚଳିତବର୍ଷ ରଜ ଓ ଦଶହରାରେ ବିଗତ ବର୍ଷ ଭଳି ଏହି ଦୁଇ ସଙ୍ଗୀତକାରଙ୍କ ମଧ୍ୟରେପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ବୋଲି ଆଶା ମଧ୍ୟ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe