ମୋତେ ଦେଶ ବିରୋଧୀ କହି ଫିଲ୍ମ ରିଲିଜ୍ ବନ୍ଦ କରିଦେଲେ, ଏବେ ପାକିସ୍ତାନ ସହ ମ୍ୟାଚ୍ କେମିତି ଖେଳୁଛି ଭାରତ?

ପହଲଗାମ ଆତଙ୍କବାଦୀ ଆକ୍ରମଣ, ପାକିସ୍ତାନୀ ଅଭିନେତା ହାନିଆ ଆମିରଙ୍କ ସହ ତାଙ୍କ ଫିଲ୍ମ ସରଦାରଜୀ ୩କୁ ନେଇ ବିବାଦ ଏବଂ ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ନେଇ ଗାୟକ-ଅଭିନେତା ଦିଲଜିତ୍ ଦୋସାଞ୍ଜ ତାଙ୍କର ନୀରବତା ଭାଙ୍ଗିଛନ୍ତି।

New Project (7)

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ, ପାକିସ୍ତାନୀ ଅଭିନେତା ହାନିଆ ଆମିରଙ୍କ ସହ ତାଙ୍କ ଫିଲ୍ମ ସରଦାରଜୀ ୩କୁ ନେଇ ବିବାଦ ଏବଂ ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ନେଇ ଗାୟକ-ଅଭିନେତା ଦିଲଜିତ୍ ଦୋସାଞ୍ଜ ତାଙ୍କର ନୀରବତା ଭାଙ୍ଗିଛନ୍ତି। ମାଲେସିଆରେ ତାଙ୍କ କନସର୍ଟରେ ଭାଷଣ ଦେଇ ଦିଲଜିତ୍ କହିଥିଲେ ଯେ, ତାଙ୍କର ଫିଲ୍ମ 'ସରଦାରଜୀ ୩' ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ସୁଟିଂ ହୋଇଥିଲା। ଏହା ସତ୍ତ୍ବେ ବି ଫିଲ୍ମ ରିଲିଜ୍ ଉପରେ ପ୍ରତିବନ୍ଧକ ଲାଗିଥିଲା। କିନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍, ଆକ୍ରମଣ ପରେ ଆୟୋଜିତ ହୋଇ ବି ଏହାକୁ ଅନୁମତି ଦିଆଗଲା। ମୋ ପାଖରେ ଅନେକ କିଛି କହିବାକୁ ଅଛି। ହେଲେ ମୁଁ ଚୁପ୍ ରହିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦିଲଜିତ୍ ଜାତୀୟ ପତାକାକୁ ସଲାମ କରୁଥିବାର ଅନେକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ, "ଏହା ମୋ ଦେଶର ପତାକା। ସର୍ବଦା ସମ୍ମାନ କର" ବୋଲି କହୁଛନ୍ତି। ତା'ପରେ ସେ ଦର୍ଶକଙ୍କଠାରୁ କିଛି କହିବା ପାଇଁ ଅନୁମତି ମାଗୁଛନ୍ତି। ପଞ୍ଜାବୀ ଭାଷାରେ ସେ କହୁଛନ୍ତି ଯେ, "ଯେତେବେଳେ ଫେବ୍ରୁଆରିରେ ମୋର ଫିଲ୍ମ 'ସରଦାରଜୀ ୩' ସୁଟିଂ ହୋଇଥିଲା, ସେତେବେଳେ ମ୍ୟାଚ୍ ଖେଳାଯାଉଥିଲା। ୨୨ ଏପ୍ରିଲରେ ପହଲଗାମ୍‌ରେ ଦୁଃଖଦ ଘଟଣା ଘଟିଥିଲା ​​ଏବଂ ୨୬ ଜଣ ଲୋକ, ମୁଖ୍ୟତଃ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ସେତେବେଳେ ଏବଂ ଏବେ ମଧ୍ୟ, ଆମେ ସର୍ବଦା ପ୍ରାର୍ଥନା କରିଆସିଛୁ ଯେ ଆତଙ୍କବାଦୀମାନଙ୍କୁ କଠୋର ଦଣ୍ଡ ଦିଆଯାଉ। ପାର୍ଥକ୍ୟ ଏତିକି ଯେ ମୋର ଫିଲ୍ମ ଆକ୍ରମଣ ପୂର୍ବରୁ ସୁଟିଂ କରାଯାଇଥିଲା ଏବଂ ଆକ୍ରମଣ ପରେ ମ୍ୟାଚ୍ ଖେଳାଯାଇଥିଲା।" ଏଭଳି କହି ତାଙ୍କ ପ୍ରତି ପକ୍ଷପାତିତା କରାଯାଇଥିବା ନେଇ ଇଙ୍ଗିତ କରିଥିଲେ ଦିଲ୍‌ଜିତ୍।

ଏହା ପରେ ସେ ଭାରତୀୟ ଗଣମାଧ୍ୟମକୁ ଟାର୍ଗେଟ କରି କହିଥିଲେ ଯେ, "ମୋତେ ଦେଶ ବିରୋଧୀ ଭାବରେ ଚିତ୍ରଣ କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲା ଭାରତୀୟ ଗଣମାଧ୍ୟମ। କିନ୍ତୁ ପଞ୍ଜାବୀ ଏବଂ ଶିଖ୍ ସମ୍ପ୍ରଦାୟ କେବେବି ଦେଶ ବିରୋଧରେ ଯାଇପାରିବେ ନାହିଁ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe