ପ୍ରେମିକାଙ୍କୁ ଭୂରି ଭୂରି ପ୍ରଶଂସା, ଆଲିଆଙ୍କୁ ନିଜଠାରୁ ଅଧିକ ସଫଳ ବୋଲି କହିଲେ ରଣବୀର

Advertisment
ପ୍ରେମିକାଙ୍କୁ ଭୂରି ଭୂରି ପ୍ରଶଂସା, ଆଲିଆଙ୍କୁ ନିଜଠାରୁ ଅଧିକ ସଫଳ ବୋଲି କହିଲେ ରଣବୀର

BollywoodShaadis.com

ମୁମ୍ବାଇ: ନିଜ ପ୍ରେମିକା ଆଲିଆ ଭଟ୍ଟଙ୍କର ଭୂରି ଭୂରି ପ୍ରଶଂସା କରିଛନ୍ତି  ବଲିଉଡ୍‌ ଅଭିନେତା ରଣବୀର କପୁର୍‌। ସେ କହିଛନ୍ତି କି ‘ମୋ ପ୍ରେମିକା ଆଲିଆ ଅତ୍ୟଧିକ ସଫଳତମ ବ୍ୟକ୍ତି’। ସେ ନିଜଠାରୁ ଆଲିଆଙ୍କୁ ବେଶି ସଫଳ ବୋଲି କହିଛନ୍ତି। ରଣବୀର କହିଛନ୍ତି କି ସେ ଆଲିଆଙ୍କ ତୁଳନାରେ ନିଜକୁ କମ୍‌ ସଫଳ ବୋଲି ଭାବନ୍ତି। ରଣବୀର ଆହୁରି ବି କହିଛନ୍ତି କି ମୁଁ ଲକ୍‌ଡାଉନ୍‌ ସମୟରେ ଅନେକ ଚଳଚ୍ଚିତ୍ର ଓ ଟିଭି ସୋ’ ଦେଖିବାର ସୁଯୋଗ ଓ ସମୟ ପାଇଲି।

ସେ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି କି ‘ଆଲିଆଙ୍କ ତୁଳନାରେ ମୁଁ ଅଧିକାଂଶ କ୍ଷେତ୍ରରେ କମ୍‌ ସଫଳ। ସେ ଗିଟାର ହେଉ କିମ୍ବା ସ୍କ୍ରିନ୍‌ରାଇଟିଂ ହେଉ ସବୁ କ୍ଷେତ୍ରରେ ଆଲିଆ ମୋଠାରୁ ଅଧିକ ସଫଳ।’

ରଣବୀରଙ୍କୁ ତାଙ୍କ ବିବାହ ସଂପର୍କରେ ପଚରା ଯିବାରୁ ସେ କହିଛନ୍ତି କି ‘ଲକ୍‌ଡାଉନ୍‌ ନ ହୋଇଥିଲେ ମୋ ‘ଡିଲ୍‌ଟା ସିଲ୍‌’ ହୋଇ ଯାଇଥାଆନ୍ତା। ମୁଁ ଆଉ କିଛି ବୁଲେଇ କହିବାକୁ ଚାହୁଁନି। ମୋ ଜୀବନରେ ତାହା ଖୁବ୍‌ ଶୀଘ୍ର ଘଟିବାକୁ ଯାଉଛି।’

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆଗାମୀ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ରେ ଏକତ୍ର ନିଜର ଆସିବେ ରଣବୀର-ଆଲିଆ। ନିକଟରେ ଖବର ପ୍ରକାଶ ପାଇଥିଲା ଯେ ରଣବୀର ଓ ଆଲିଆ ଲକ୍‌ଡାଉନ୍‌ ସମୟରେ ସାଥୀ ହୋଇ ରହିଥିଲେ। ଆହୁରି ମଧ୍ୟ ରଣବୀରଙ୍କ ଆପାର୍ଟମେଣ୍ଟ୍‌ କମ୍ପ୍ଲେକ୍ସରେ ଆଲିଆ ତାଙ୍କ ନିଜର ମଧ୍ୟ ଏକ ଆପାର୍ଟମେଣ୍ଟ୍‌ କିଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe