Koimoi
ମୁମ୍ବାଇ: କିଛି ମାସର ବ୍ୟବଧାନ ପରେ ଏବେ ବଲିଉଡକୁ ଫେରିଛନ୍ତି ରିତିକ୍ ରୋଶନ। ପ୍ରଥମେ ତାଙ୍କ ଅଭିନୀତ ଫିଲ୍ମ ସୁପର-୩୦ ବକ୍ସ ଅଫିସରେ ଧମାଲ କରିଥିବା ବେଳେ କିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ ୱାର୍ ଭଲ ବ୍ୟବସାୟ କରିଥିଲା। ଲଗାତାର ଦୁଇଟି ସୁପରହିଟ୍ ଫିଲ୍ବ ଦେବା ପରେ ଏବେ ପୁଣି ଥରେ ସକ୍ରିୟ ହୋଇଛନ୍ତି ରିତିକ୍। ତେବେ ସୁପର-୩୦ର ସଫଳତା ବିଷୟରେ କହିବାକୁ ଯାଇ ରିତିକ୍ କହିଥିଲେ କି, ମୋ ମା’ ଥିଏଟରକୁ ଯାଇ ୯ଥର ସୁପର-୩୦ ଦେଖିଥିଲେ। ତାଙ୍କୁ ଆନନ୍ଦ ସାରଙ୍କ କାହାଣୀ ଖୁବ୍ ପସନ୍ଦ ଆସିଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ଆନନ୍ଦ ସାର୍ ଓ ତାଙ୍କ ଭାଇ ପ୍ରଣବଙ୍କ ଭେଟି ପାରି ନାହାନ୍ତି।
India Todayଅନ୍ୟ ପକ୍ଷରେ ଆନନ୍ଦଙ୍କ କହିବା ଅନୁଯାୟୀ, ଫିଲ୍ମକୁ ଜନତାଙ୍କ ମଧ୍ୟକୁ ନେଇଯିବା ପାଇଁ ମୁଁ ରିତିକ୍ ଓ ପୂରା ଟିମକୁ ଧନ୍ୟବାଦ୍ ଜଣାଇବି। ରିତିକ୍ ଯେତେ ଭଲ ମଣିଷ, ସେତେ ଭଲ ଅଭିନେତା ମଧ୍ୟ। ମୋ ଭୂମିକାକୁ ପରଦା ଉପରେ କରିବା ଭଳି ଅଭିନେତା ମୋତେ ପ୍ରଥମେ ରିତିକ୍ ହିଁ ଲାଗିଥିଲେ। ଆଉ କେହି କରି ପାରିବେ ବୋଲି ମୋର ବିଶ୍ବାସ ନଥିଲା।
Follow Us