Advertisment

ଅପ୍ରେଲରେ ରିଲିଜ୍‌ ହେବ ରାହୁଲ ଗାନ୍ଧିଙ୍କ ବାୟୋପିକ୍‌ ‘ମାଇଁ ନେମ୍‌ ଇଜ୍‌ ରାଗା’, ଟିଜର୍‌ରେ ଦେଖିବାକୁ ମିଳିଲା ରାହୁଲଙ୍କ ଇମୋସନାଲ୍‌ ଅବତାର

Advertisment
ଅପ୍ରେଲରେ ରିଲିଜ୍‌ ହେବ ରାହୁଲ ଗାନ୍ଧିଙ୍କ ବାୟୋପିକ୍‌ ‘ମାଇଁ ନେମ୍‌ ଇଜ୍‌ ରାଗା’, ଟିଜର୍‌ରେ ଦେଖିବାକୁ ମିଳିଲା ରାହୁଲଙ୍କ ଇମୋସନାଲ୍‌ ଅବତାର

Latestly.com

ମୁମ୍ବାଇ : ଲୋକସଭା ନିର୍ବାଚନ ୨୦୧୯କୁ ନେଇ ଏବେ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରି ସାରିଥିବା ବେଳେ କଂଗ୍ରେସ ନିଜର ଏକ ଭିନ୍ନ ରଣନୀତିି ଆପଣାଇଛି । କିଛି ଦିନ ତଳେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସ ସକ୍ରିୟ ରାଜନୀତିରେ ସାମିଲ କରିଥିବା ବେଳେ ଏବେ ରାହୁଲ ଗାନ୍ଧିଙ୍କ ବାୟୋପିକ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ଚାଲିଛି । ବାୟୋପିକ୍‌ର ନାଁ ‘ମାଇ ନେମ୍‌ ଇଜ୍‌ ରାଗା’ ରଖା ଯାଇଥିବା ବେଳେ ଏହାର ଟିଜର ରିଲିଜ୍‌ ହୋଇ ସାରିଛି । ଟିଜରରେ ରାହୁଲଙ୍କ ଏକ ଭିନ୍ନ ଅବତାର ଦେଖିବାକୁ ମିଳିଛି । ଏଥିରେ ତାଙ୍କ ଛୋଟ ବେଳର କାହାଣୀଠାରୁ ଆରମ୍ଭ କରି ପ୍ରିୟଙ୍କା ଗାନ୍ଧିଙ୍କୁ ରାଜନୀତିରେ ସାମିଲ କରିବା ପର୍ଯ୍ୟନ୍ତର ଘଟଣା ଦେଖା ଯାଇଛି ।

ଟିଜରରେ ରାହୁଲଙ୍କ ଜୀବନର ଭାବବିହ୍ଵଳ କଲା ଭଳି କିଛି ଦୃଶ୍ୟ ରହିଛି, ଯାହା ପୂର୍ବରୁ କେହି ଦେଖି ନଥିଲେ । ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଥିବା ବେଳେ,ଏହାର ପ୍ରଭାବ ନିର୍ବାଚନ ଉପରେ ପଡ଼ିବ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବବାୟୋପିକ୍‌ ‘ଦ ଆକ୍ସଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ରିଲିଜ୍‌ କରାଯାଇଥିଲା । ଏହା ବକ୍ସ ଅଫିସାରେ ସଫଳ ହୋଇ ପାରି ନଥିଲା । ଏବେ ରାହୁଲଙ୍କ ଯାଦୁ ଦର୍ଶକଙ୍କ ଉପରେ ଚାଲୁଛି କି ନାହିଁ,ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe