ମୋ ଅଭିଭାବକଙ୍କ ପାଇଁ ମୋ ସଫଳତା

Advertisment
ମୋ ଅଭିଭାବକଙ୍କ ପାଇଁ ମୋ ସଫଳତା

Shortpedia

ଭବିଷ୍ୟତ ଭଳି ଚଳଚ୍ଚିତ୍ର ଜଗତ ମଧ୍ୟ ଅନିର୍ଦ୍ଦିଷ୍ଟ। ଏଠି କେତେବେଳେ କ’ଣ ହେବ କେହି ବି ଜାଣନ୍ତି ନାହିଁ। ଏଣୁ ବଡ଼ ବଡ଼ ସେଲିବ୍ରିଟିମାନେ ନିଜ ପାଇଁ ପେଶାଦାର ମ୍ୟାନେଜର ରଖନ୍ତି। ନିଜ କାମକୁ ଠିକ୍‌ ଭାବେ କାର୍ଯ୍ୟସୂଚୀ କରିବାଠାରୁ ଆରମ୍ଭ କରି ନୂଆ ନୂଆ ପ୍ରୋଜେକ୍ଟ ଆଣିବା ପର୍ଯ୍ୟନ୍ତ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ମ୍ୟାନେଜରମାନଙ୍କ ଆବଶ୍ୟକତା ବଢ଼ିଯାଇଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଆଜି ଯାଏଁ କୌଣସି ମ୍ୟାନେଜର ନିଜ ପାଇଁ ରଖିନାହାନ୍ତି। ଏପର୍ଯ୍ୟନ୍ତ ସେ ସ୍କୁଲ ଜୀବନର ନିୟମ ମାନି ଆସିଛନ୍ତି। ଅର୍ଥାତ ଆଜି ବି ତାଙ୍କର ସମସ୍ତ କାମ ତାଙ୍କ ବାପା ସନ୍ତୋଷ ଭାଟ୍ଟିଆ ହିଁ ସମ୍ଭାଳୁଛନ୍ତି। ଏଣୁ ଅତିନେତ୍ରୀ ଜଣକ ନିଜ ସଫଳତାର ସମସ୍ତ ଶ୍ରେୟ ନିଜ ଅଭିଭାବକଙ୍କୁ ହିଁ ଦେଇଛନ୍ତି।

ଜୀବନର ପ୍ରତିଟି କଠିନ ପରିସ୍ଥିତିରେ ତାଙ୍କ ସହ ଠିଆ ହୋଇ ଆଜି ଏକ ସଫଳ କରିଥିବାରୁ ନିଜ ଅଭିଭାବକଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି ତମନ୍ନା। ଏକ ସାକ୍ଷାତକାରରେ ତମନ୍ନା କହିଛନ୍ତି, ‌ମୋ ଅଭିଭାବକଙ୍କ ବିନା ମୁଁ ଆଜି ଯେତିକି ସଫଳ ତାର ୫୦% ବି ସଫଳ ହୋଇପାରିନଥା’ନ୍ତି। ମୁଁ ୧୫ ବର୍ଷ ବୟସରୁ କାମ ଆରମ୍ଭ କରି ଦେଇଛି। ଯେଉଁ ବୟସରେ ଆମକୁ କିଛି ଜଣାନଥାଏ। ସେମାନେ ଏକ ଅତୁଟ ଶକ୍ତି ଭଳି ମୋ ସହ ସବୁବେଳେ ରହିଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe