ଆଜି ରାତି ୮ଟାରେ ବିବାହ କରିବେ ଚୈତନ୍ୟ-ଶୋଭିତା

ଆଜି ହେବ ସାଉଥ୍ ଷ୍ଟାର ନାଗା ଚୈତନ୍ୟ ଓ ଶୋଭିତା ଧୁଲିପାଲାଙ୍କ ବିବାହ। ଦୁହେଁ ହାଇଦ୍ରାବାଦ ଅନ୍ନପୂର୍ଣ୍ଣ ଷ୍ଟୁଡିଓରେ ବିବାହ କରିବେ। ବିବାହରେ ଅନେକ କଳାକାର ଯୋଗ ଦେବେ ବୋଲି ଜଣାଯାଇଛି।

tnaguuu

ନୂଆଦିଲ୍ଲୀ: ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ବହୁତ ଲୁଚାଇ ରଖିଥିବା ବେଳେ କିଛି ଦିନ ତଳେ ନିର୍ବନ୍ଧ କରି ନିଜ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଅଗଷ୍ଟ ମାସ ଆରମ୍ଭରେ, ସେମାନେ ନିର୍ବନ୍ଧ କରି ପରସ୍ପରକୁ ଭଲ ପାଉଥିବା ବିଷୟରେ ସାର୍ବଜନୀନ କରିଥିଲେ। ନିର୍ବନ୍ଧ ପରେ ଆଜି ତାଙ୍କର ବିବାହ ହେବ। ରାତି ୮.୧୫ରେ ବିବାହ ପାଇଁ ମହୁରତ ଥିବା ଜଣାଯାଇଛି। 

ଦୁହିଁଙ୍କ ବିବାହ ହାଇଦ୍ରାବାଦରେ ଥିବା ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ହେବ। ଏହି ବିବାହରେ ଦୁହିଁଙ୍କ ପରିବାର ଉପସ୍ଥିତ ରହିବା ସହ ସୁପରଷ୍ଟାର ମହେଶ ବାବୁ, ନୟନତାରା, ଚିରଞ୍ଜୀବୀ, ଅଲୁ ଅର୍ଜୁନ, ପିଭି ସିନ୍ଧୁ, ଅକକିନେନି ଏବଂ ଦଗ୍ଗୁବତୀ ପରିବାର, ଏନଟିଆର, ରାମ ଚରଣ-ଉପସାନା କୋନିଡେଲା ଏବଂ ମହେଶ ବାବୁ-ନମ୍ରତା ଶିରୋଦକରଙ୍କ ଭଳି କଳାକାର ଦୁହିଁଙ୍କ ବିବାହରେ ଯୋଗ ଦେବେ ବୋଲି ଜଣାଯାଇଛି।  

ତେବେ ନାଗା ଚୈତନ୍ୟଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ଏହାପୂର୍ବରୁ ସେ ଗୋଆରେ ସାଉଥ୍ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ। ହେଲେ ପରେ ସେମାନେ ପରସ୍ପରକୁ ଛାଡ଼ପତ୍ର ଦେଇ ଅଲଗା ହୋଇଯାଇଥିଲେ। ଛାଡ଼ପତ୍ର ପରେ ଚୈତନ୍ୟ, ଶୋଭିତାଙ୍କ ପ୍ରେମରେ ପଡ଼ିଲେ ନା ସାମନ୍ଥାଙ୍କ ସହ ଥିବା ବେଳେ ତାଙ୍କୁ ଧୋକା ଦେଇ ସେ ଶୋଭିତାଙ୍କୁ ଭଲପାଉଥିଲେ ତାହା ସାମ୍ନାକୁ ଆସିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe