ଆଜି ନିର୍ବନ୍ଧ କରିବେ ନାଗାଚୈତନ୍ୟ-ଶୋଭିତା !

Advertisment
ଆଜି ନିର୍ବନ୍ଧ କରିବେ ନାଗାଚୈତନ୍ୟ-ଶୋଭିତା !

ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ତଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମଲାଇଟକୁ ଆସିଛନ୍ତି। ନାଗା ଚୈତନ୍ୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କୁ ବିବାହ କରିଥିବା ବେଳେ ୨୦୨୧ରେ ତାଙ୍କଠାରୁ ଅଲଗା ହୋଇଥିଲେ। ଏମଧ୍ୟରେ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢ଼ିସାରିଥିବା ବେଳେ ନାଗା ଆଜି ପୁଣି ଥରେ ନିର୍ବନ୍ଧ କରିବାକୁ ଯାଉଥିବା ଜଣାପଡ଼ିଛି। ଗତ କିଛି ଦିନ ହେବ ସେ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ସୂଚନା ମିଳିଛି ଯେ, ଆଜି ସେ ଶୋଭିତାଙ୍କ ସହିତ ନିର୍ବନ୍ଧ କରିବେ।

ହାଇଦ୍ରାବାଦରେ ନାଗାଚୈତନ୍ୟଙ୍କ ଘରେ ଦୁହିଁଙ୍କ ନିର୍ବନ୍ଧ ହେବ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ, ନିର୍ବନ୍ଧ ବିଷୟରେ ପ୍ରଥମେ ନାଗାଚୈତନ୍ୟଙ୍କ ବାପା ନାଗାର୍ଜୁନ ଏହା ବିଷୟରେ ଘୋଷଣା କରିବେ। ଏହି ନିର୍ବନ୍ଧରେ କେବଳ ଦୁହିଁଙ୍କ ପରିବାର ଲୋକେ ହିଁ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ତେବେ ଏନେଇ ନାଗାଚୈତନ୍ୟ ଓ ଶୋଭିତା କୌଣସି ପ୍ରତିକ୍ରିୟା ରଖିନଥିବା ଜଣାଯାଇଛି।

ଚାରି ବର୍ଷର ବ‌ୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେଉଥିବା ଖବର ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଏହା ପରେ ୨୦୨୨ରେ ନାଗା, ଶୋଭିତାଙ୍କୁ ଡେଟ୍ କରୁଥିବା ନେଇ ଖବର ମିଳିଥିଲା। ଡେଟିଂ ଚର୍ଚ୍ଚା ମଧ୍ୟରେ ଦୁହେଁ ବିଦେଶ ବୁଲୁଥିବାର ମଧ୍ୟ ଫଟୋ ଭାଇରାଲ ହୋଇଥିଲା। ଏସବୁ ପରେ ବି ଦୁହେଁ ନିଜ ସମ୍ପର୍କକୁ ନେଇ ଏପର୍ଯ୍ୟନ୍ତ ଚୁପ୍ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe