କାହିଁକି ଜୀବନ ହାରିବାକୁ ଚାହୁଁଥିଲେ ନାଗାର୍ଜୁନଙ୍କ ବାପା?

ଭାରତର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେଇଥିବା ବେଳେ ତାଙ୍କ ବାପା ଅକ୍କିନେନି ନାଗେଶ୍ୱର ରାଓ ଦିନେ ଜୀବନ ହାରିବାକୁ ଚାହୁଁଥିବା ଜଣାଇଥିଲେ ନାଗାର୍ଜୁନ | ଏହା ପଛର କାରଣ କରିବ ଆଶ୍ଚର୍ଯ୍ୟ |

tnagarjuna

ନୂଆଦିଲ୍ଲୀ: ଏବେ ପୁଅ ନାଗା ଚୈତନ୍ୟ ବିବାହକୁ ନେଇ ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ନାଗାର୍ଜୁନ | ଡିସେମ୍ବର ୪ରେ ଚୈତନ୍ୟଙ୍କ ବିବାହ ହେବ ବୋଲି ଜଣାପଡିଛି | ବିବାହର ଆୟୋଜନ ଦାୟିତ୍ୱ ପୁଅ ନିଜ ହାତକୁ ନେବା ପରେ ଏବେ ନିଜ କାମକୁ ଫେରିଛନ୍ତି ନାଗାର୍ଜୁନ | ଶୁକ୍ରବାର ସେ ଭାରତର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେଇଥିବା ବେଳେ ତାଙ୍କ ବାପା ଅକ୍କିନେନି ନାଗେଶ୍ୱର ରାଓ ଦିନେ ଜୀବନ ହାରିବାକୁ ଚାହୁଁଥିବା ଜଣାଇଥିଲେ |

ସେ କହିଥିଲେ, “ସେତେବେଳେ ମହିଳାମାନଙ୍କୁ ମଞ୍ଚରେ ଅଭିନୟ କରିବାକୁ ଅନୁମତି ଦିଆଯାଉନଥିଲା। ତେଣୁ ମୋ ବାପା ମହିଳାଙ୍କ ଭୂମିକାରେ ଅଭିନୟ କରିବା ଆରମ୍ଭ କଲେ। ସେ ପ୍ରଥମେ ମଞ୍ଚରେ ହିରୋଇନ୍ ହୋଇଥିଲେ। ଦିନେ ଏକ ରେଳ ଷ୍ଟେସନରେ ମୋ ବାପା ଚାଲି ଚାଲି ଯାଉଥିବା ବେଳେ ପ୍ରସିଦ୍ଧ ନିର୍ମାତା ଘଣ୍ଟସାଲା ବଲରାମାୟା ତାଙ୍କୁ ଦେଖି ଫିଲ୍ମରେ ଅଭିନୟ କରିବାର ଅଫର ଦେଇଥିଲେ | ମୋ ବାପା ଏହି ଅଫର ପାଇ ଖୁସି ହେବା ସହ ଅଭିନୟ କରିବା ଆରମ୍ଭ କରିଥିଲେ | ହେଲେ ମଞ୍ଚ ନାଟକରେ ସେ ହିରୋଇନ ହେଉଥିବାରୁ ତାଙ୍କ ପାଇଁ ପୁରୁଷଙ୍କ ଭଳି ଅଭିନୟ କରିବା କଷ୍ଟକର ହୋଇଥିଲା | ଲୋକେ ତାଙ୍କ ଚାଲି ଓ ସ୍ୱରକୁ ନେଇ ଥଟ୍ଟା କରିବାରୁ ସେ ଦିନେ ଜୀବନ ହାରିବା ପାଇଁ ସମୁଦ୍ର ଭିତରକୁ କିଛି ବାଟ ଚାଲିଯାଇଥିଲେ | ହେଲେ ଠିକ ସମୟରେ ତାଙ୍କ ମନ ବଦଳିଥିଲା ଏବଂ ସେ ନିଜ ଚାଲିବା ଶୈଳୀ ଓ ସ୍ୱରକୁ ବଦଳାଇବାକୁ ଚେଷ୍ଟା କରିଥିଲେ |" 

ସେ ଆହୁରି କହିଥିଲେ, "ସ୍ୱର ବଦଳାଇବାକୁ ଅଧିକ ସିଗାରେଟ ପିଅ  ବୋଲି କେହି ଜଣେ ମୋ ବାପାଙ୍କୁ ଉପଦେଶ ଦେଇଥିଲେ | ହେଲେ ସିଗାରେଟ ପିଉନଥିବାରୁ ସେ ପ୍ରତିଦିନ ସମୁଦ୍ର କୂଳକୁ ଯାଇ ୫-୧୦ମିନିଟ ଜୋରରେ ପାଟି କରିଥିଲେ |" 

ନାଗାର୍ଜୁନଙ୍କ ପିତା ଅକ୍କିନେନି ନାଗେଶ୍ୱର ରାଓ ୧୯୪୪ମସିହାରେ "ଶ୍ରୀ ସୀତା ରାମ ଜନମ" ଚଳଚ୍ଚିତ୍ରରୁ ଡେବ୍ୟୁ କରିଥିଲେ। ଏହା ପରେ ସେ ୭ଦଶନ୍ଧି ଧରି ଫିଲ୍ମରେ କାମ କରିଥିଲେ | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe