ଶାହରୁଖ୍‌ଙ୍କ ବିଭିନ୍ନ ଅବତାରର ଫଟୋ ପୋଷ୍ଟ୍‌ କରି ସାଇବର୍‌ ଠକେଇରୁ ବଞ୍ଚିବାର ବାଟ ବତେଇଲା ପୁଲିସ୍‌

Advertisment
ଶାହରୁଖ୍‌ଙ୍କ ବିଭିନ୍ନ ଅବତାରର ଫଟୋ ପୋଷ୍ଟ୍‌ କରି ସାଇବର୍‌ ଠକେଇରୁ ବଞ୍ଚିବାର ବାଟ ବତେଇଲା ପୁଲିସ୍‌

ମୁମ୍ବାଇ: ସୁପର୍‌ଷ୍ଟାର୍‌ ଶାହରୁଖ ଖାନ୍‌ଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ‘ଯବାନ’ ଫିଲ୍ମକୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ଚଳଚ୍ଚିତ୍ରଟି ବଡ ପରଦାରେ ରିଲିଜ ହେବା ପରେ ଲୋକମାନେ ଏହାକୁ ଦେଖିବା ପାଇଁ ଉତ୍ସାହିତ ହେଉଛନ୍ତି। ଅଭିନେତାଙ୍କ ପ୍ରଶଂସକମାନେ ବହୁ ସଂଖ୍ୟାରେ ଫିଲ୍ମ ଦେଖିବାକୁ ଯାଉଛନ୍ତି। ଏହି ଫିଲ୍ମଟିକୁ ମଧ୍ୟ ଖୁବ୍ ଭଲ ରିଭ୍ୟୁ ମିଳୁଛି ।

ଗୋଟିଏ ପଟେ ଦର୍ଶକ କିଙ୍ଗ୍‌ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମକୁ ନେଇ ଉତ୍ସାହିତ ଥିବାବେଳେ ଅନ୍ୟ ପଟେ ନାଗପୁର ପୁଲିସ ମଧ୍ୟ 'ଯବାନ' ଦ୍ୱାରା ଅନୁପ୍ରାଣିତ ହୋଇଥିବା ଜଣାପଡିଛି। ଏହି କାରଣରୁ ପୁଲିସ ଚଳଚ୍ଚିତ୍ରକୁ ନେଇ ନିଆରା ଶୈଳୀରେ ସୋସିଆଲ ମିଡିଆରେ ସାଇବର ଠକେଇ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛି।

ନାଗପୁର ସିଟି ପୁଲିସ୍ ଦ୍ୱାରା ଏକ୍ସର ଅଫିସିଆଲ୍‌ ହ୍ୟାଣ୍ଡେଲରେ ଶାହରୁଖ୍‌ଙ୍କ ସିନେମାର ବିଭିନ୍ନ ଅବତାରର ଫଟୋ ପୋଷ୍ଟ କରାଯାଇଛି।

publive-image navbharattimes.indiatimes.com

ଏହାର କ୍ୟାପସନରେ ଲେଖା ହୋଇଛି,‘‘ଯେତେବେଳେ ଆପଣ ପାସୱାର୍ଡ ରଖିବେ, ଏହିପରି ଭାବେ ରଖିବେ। କେହି ଠକ ଆପଣଙ୍କ କ୍ଷତି କରିପାରିବେ ନାହିଁ।’’ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ଟ୍ବିଟର୍‌, ଜିମେଲ୍‌, ପିନ୍‌ ଆଦି ପାସ୍‌ୱାର୍ଡ ଭିନ୍ନ ରଖିବାକୁ ପୁଲିସ୍‌ ପକ୍ଷରୁ କୁହାଯାଇଛି।

ନାଗପୁର ପୁଲିସର ଏହି ପୋଷ୍ଟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଉପଭୋକ୍ତାମାନେ ଏହା ଉପରେ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ପୁଲିସ୍‌ ‘ଯବାନ’ର ପୋଷ୍ଟର୍‌ ବ୍ୟବହାର କି ନିଆରା ଶୈଳୀରେ ସଚେତନତା ବାର୍ତ୍ତା ଦେଇଥିବାରୁ ଅନେକ ପ୍ରଶଂସା ବି କରିଛନ୍ତି। ଶାହାରୁଖ ଖାନଙ୍କ ଆକ୍ସନ୍ ରୋମାଣ୍ଟିକ୍ ଚଳଚ୍ଚିତ୍ର '‘ଯବାନ’ ଗୁରବାର ମୁକ୍ତିଲାଭ କରିଛି। ଏଥିରେ ଅଭିନେତାଙ୍କର ଅନେକ ରୂପ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe