ମାନସିକ ଚାପ କମ୍‌ କରିବାକୁ ଆଶ୍ରୟ ଗୃହରେ ମୁକ୍ତ ଫିଲ୍ମ ଥିଏଟର୍‌ ଖୋଲିଲା ନାଗପୁର ପୁଲିସ୍‌, ପ୍ରଥମ ଫିଲ୍ମ ‘ତନ୍‌ହାଜୀ’

Advertisment
ମାନସିକ ଚାପ କମ୍‌ କରିବାକୁ ଆଶ୍ରୟ ଗୃହରେ ମୁକ୍ତ ଫିଲ୍ମ ଥିଏଟର୍‌ ଖୋଲିଲା ନାଗପୁର ପୁଲିସ୍‌, ପ୍ରଥମ ଫିଲ୍ମ ‘ତନ୍‌ହାଜୀ’

indiatoday

ନାଗପୁର: ମହାମାରୀ କରୋନା ଭାଇରସ୍‌କୁ ନେଇ ଭୟଭୀତ ହୋଇ ମାନସିକ ଭାବେ ପ୍ରଭାବିତ ହେଉଥିବା ଲୋକଙ୍କ ମାନସିକ ଚାପ କମ୍‌ କରିବା ପାଇଁ ନାଗପୁର ପୁଲିସ୍ ଆଶ୍ରୟ ଗୃହରେ ଏକ ଖୋଲା ଥିଏଟର୍‌ ପକାଇଥିବା ଦେଖିବାକୁ ମିଳିଛି। ପ୍ରଥମ ଚଳଚ୍ଚିତ୍ର ଭାବେ ଏଠାରେ ଅଜୟ ଦେବଗନ୍‌ ଓ କାଜଲଙ୍କ ଅଭିନୀତ ‘ତନ୍‌ହାଜୀ’ ପ୍ରଦର୍ଶିତ ହେବ।

ନାଗପୁର ପୁଲିସ୍‌ ଏହି ସମୟର ଭିଡିଓକୁ ଟ୍ବିଟର୍‌ରେ ପ‌ୋଷ୍ଟ୍‌ କରିବା ପରେ ପୋଷ୍ଟ୍‌ଟିକୁ ବହୁ ଗ୍ରହଣୀୟତା ମିଳିଛି। କିଛି ଲୋକ ଫେସ୍‌ମାସ୍କ ପିନ୍ଧି ଫିଲ୍ମ ଦେଖୁଥିବାର ଦୃଶ୍ୟ ଭିିଡିଓରେ ଦେଖିବାକୁ ମିଳିଛି।

ଏପରି କରିବା ଦ୍ବାରା ଲୋକଙ୍କ ଭିତରେ ମନୋରଞ୍ଜନ ହେବା ସହ ମାନସିକ ଚାପ କମ୍‌ ହେବ ବୋଲି ନାଗପୁର ପୁଲିସ୍‌ର ଟ୍ବିଟର୍‌ ହ୍ୟାଣ୍ଡେଲ୍‌ରେ ଟ୍ବିଟ୍‌ କରାଯାଇଛି।

ନାଗପୁର ପୁଲିସ୍‌ ଏପରି କରିବା ପରେ ଟ୍ବିଟର୍‌ରେ ବିଭିନ୍ନ ବ୍ୟବହାରକାରୀ ଏହାକୁ ପ୍ରଶଂସା କରିଛନ୍ତି। ଭିଡିଓଟିକୁ ଟ୍ବିଟର୍‌ରେ ପୋଷ୍ଟ୍‌ କରାଯିବା ପରେ ଅନେକ ଟ୍ବିଟର୍‌ ବ୍ୟବହାରକାରୀ ଏହାକୁ ଉତ୍ତମ ପଦକ୍ଷେପ ଓ ଭଲ କାମ ବୋଲି ଲେଖି ନାଗପୁର ପୁଲିସ୍‌ର ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe