କନ୍ୟା ସନ୍ତାନର ବାପା ହୋଇଥିବାରୁ ପୋଷ୍ଟ ସେୟାର କରି ଖୁସି ଜାହିର କଲେ ନକୁଳ

ପତ୍ନୀ ଜାନକୀ ଅଗଷ୍ଟ ୧୫ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବାର ଖୁସି ଖବରକୁ ‘ବଡ଼େ ଅଛେ ଲଗତେ ହେଁ’ର ଫେମ୍ ଅଭିନେତା ନକୁଳ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି।

New Project (25)

ମୁମ୍ବାଇ: ‘ବଡ଼େ ଅଛେ ଲଗତେ ହେଁ’ର ଫେମ୍ ଅଭିନେତା ନକୁଳ ମେହେତା ଦ୍ୱିତୀୟ ଥର ପାଇଁ ବାପା ହେବାର ସୌଭାଗ୍ୟ ପାଇଛନ୍ତି। 

ପତ୍ନୀ ଜାନକୀ ଅଗଷ୍ଟ ୧୫ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବାର ଖୁସି ଖବରକୁ ନକୁଳ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି।

ପୋଷ୍ଟ ସହିତ ନକୁଳ ମେହେତା ତାଙ୍କ ନବଜାତ କନ୍ୟାଙ୍କ ସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଅନ୍ୟ ଏକ ଫଟୋରେ ନକୁଲଙ୍କୁ ପୁଅ ତାଙ୍କ ସାନ ଭଉଣୀଙ୍କୁ କୋଳରେ ଧରି ସ୍ନେହ କରୁଥିବାର ଦେଖିବାକୁ ମିଳିଛି।

ନକୁଳ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି - ସେ ଆସିଛନ୍ତି। ସୁଫି ଶେଷରେ ତାଙ୍କ ରୁମିଙ୍କୁ ପାଇଛନ୍ତି। ଆମର ହୃଦୟ ପରିପୂର୍ଣ୍ଣ ହୋଇଯାଇଛି।। ୧୫ ଅଗଷ୍ଟ ୨୦୨୫। 

ନକୁଳଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସମସ୍ତେ ଅଭିନେତାଙ୍କୁ ଦ୍ବିତୀୟଥର ବାପା ହେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଗୌହର ଖାନ ଲେଖିଛନ୍ତି - ମୁଁ ତୁମ ପରିବାର ପାଇଁ ଖୁସି। ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ। ଅନେକ ଅନେକ ଅଭିନନ୍ଦନ। କମେଡି କୁଇନ୍ ଭାରତୀ ସିଂହ ଲେଖିଛନ୍ତି - ଅଭିନନ୍ଦନ। ରୁମିଙ୍କ ସ୍ୱାଗତ ପାଇଁ। ଦିଆ ମିର୍ଜା ଲେଖିଛନ୍ତି - ତୁମ ଚାରି ଜଣଙ୍କ ପାଇଁ ବହୁତ ବହୁତ ସ୍ନେହ ଓ ଭଲପାଇବା।

ନକୁଳ ଏବଂ ଜାନକୀ ସେମାନଙ୍କ ଝିଅର ନାମ ରୁମି ରଖିଛନ୍ତି। ରୁମିର ଅର୍ଥ 'ସୁନ୍ଦରୀ'। ୧ ଜୁନ୍ ୨୦୨୫ରେ ନକୁଳ ତାଙ୍କ ସ୍ତ୍ରୀ ଜାନକୀଙ୍କ ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଥିଲେ। ଜାନକୀ ଏବଂ ନକୁଳ ୨୮ ଜାନୁଆରି ୨୦୧୨ରେ ବିବାହ କରିଥିଲେ। ୨୦୨୧ରେ ଦୁହେଁ ପୁତ୍ର ସନ୍ତାନର ବାପା ଓ ମା’ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe