ଜୋମାଟୋ ଫୁଡ଼୍‍ ଡ଼େଲିଭରି ବଏଙ୍କ ଭିଡ଼ିଓ ଭାଇରାଲ ହେବା ପରେ ସମସ୍ତଙ୍କୁ ଏହି ପରାମର୍ଶ ଦେଲେ ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କ ପତ୍ନୀ ଅଭିନେତ୍ରୀ ନମ୍ରତା

Advertisment
ଜୋମାଟୋ ଫୁଡ଼୍‍ ଡ଼େଲିଭରି ବଏଙ୍କ ଭିଡ଼ିଓ ଭାଇରାଲ ହେବା ପରେ ସମସ୍ତଙ୍କୁ ଏହି ପରାମର୍ଶ ଦେଲେ ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କ ପତ୍ନୀ ଅଭିନେତ୍ରୀ ନମ୍ରତା

oneindia.com

ନୂଆଦିଲ୍ଲୀ : କିଛି ଦିନ ତଳେ ଜୋମାଟୋ ଫୁଡ୍‍ ଡ଼େଲିଭରି ବଏଙ୍କ ଅସଲ କାର୍‌ନାମା ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଡ଼େଲିଭର କରିବାକୁ ଥିବା ଖାଦ୍ୟାକୁ ଅଇଁଠା କରି ଖାଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହୋଇଥିଲା । ଯାହା ପରେ କମ୍ପାନୀ ତରଫରୁ ଉକ୍ତ ଡ଼େଲିଭରି ବଏକୁ ଚାକିରିରୁ ବାହାର କରି ଦିଆଯିବା ସହ ଆଗକୁ ଯେମିତି ଏଭଳି ଭୁଲ ନ ହୁଏ,ସେ ନେଇ କମ୍ପାନୀ ତରଫରୁ ଆଗକୁ ଟ୍ୟାମ୍ପର ପ୍ରୁଫ୍‌ ଟେପ୍‌ ଲଗାଯାଇ ଖାଦ୍ୟ ପ୍ୟାକ୍‌ କରାଯିବ ବୋଲି କୁହାଯାଇଥିଲା । ଏହି ଘଟଣାକୁ ନେଇ ମିଶ୍ର ପ୍ରତିକ୍ରିୟା ମିଳିଥିବା ବେଳେ ସାମ୍ନାକୁ ଆସିଛନ୍ତି ଅଭିନେତ୍ରୀ ତଥା ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କ ଧର୍ମପତ୍ନୀ ନମ୍ରତା ଶିରୋଦକର ।

ଇନ୍‌ଷ୍ଟାଗ୍ରାମରେ ଜୋମାଟୋ ବଏଙ୍କ ଭିଡ଼ିଓ ସେୟାର କରି ଏହା ଜାଣି ଆଶ୍ଚର୍ଯ୍ୟ ହେଲି କି ଏଭଳି ବ୍ରାଣ୍ଡେଡ୍‌ ଫୁଡ଼୍‍ କମ୍ପାନୀମାନେ ଏଭଳି କାମ କରୁଛନ୍ତି । ଏଭଳି ଘଟଣା ପରେ ମୁଁ ମୋ ପିଲାମାନଙ୍କୁ କେବେ ହେଲେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡ଼ର କରିବାକୁ ପ୍ରୋତ୍ସାହିତ କରିବି ନାହିଁ । ଆପଣମାନଙ୍କୁ ମଧ୍ୟ ଏପରି ନ କରିବା ପାଇଁ ମୁଁ ପରାମର୍ଶ ଦେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe