ଓଲିଉଡରେ ଏଥିଲାଗି ବି ଚର୍ଚ୍ଚିତା ହୋଇଥିଲେ ନମ୍ରତା ଥାପ୍ପା

ଓଲିଉଡରେ ଏଥିଲାଗି ବି ଚର୍ଚ୍ଚିତା ହୋଇଥିଲେ ନମ୍ରତା ଥାପ୍ପା

ଭୁବନେଶ୍ୱର: ଓଲିଉଡର ଏକଦା ଜଣେ ଆଗ ଧାଡିର ନାୟିକା ଥିଲେ ନମ୍ରତା ଥାପ୍ପା । ସେ ୨୦୦୪ର ବ୍ଲକବଷ୍ଟର ମୁଭି ‘ ଆଇ ଲଭ ୟୁ’ ଜରିଆରେ ଓଲିଉଡରେ ପ୍ରବେଶ କରି ଥିଲେ ।ପ୍ରଥମ ସିନେମାରେ ଦର୍ଶକଙ୍କ ମନ ମୋହି ନେଇଥିଲେ ନମ୍ରତା। ତା’ପରେ ନମ୍ରତାଙ୍କୁ ତୋ’ପାଇଁ,ପ୍ରିୟା ମୋ ପ୍ରିୟା, ରସିକ ନାଗର,  ମୁଁ ତତେ ଲଭ କରୁଚି, ପ୍ରେମ ଋତୁ ଆସିଲାରେ, ମିତରେ ମିତ, ଓ୍ଵାନ୍‌ ଫୋର୍‌ ଥ୍ରି ଆଇ ଲଭ ୟୁ ଆଦି ସିନେମାରେ ଦର୍ଶକ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ । ଏହି ଟପ୍‌ ହିରୋଇନ୍‌ ଆଇଟମ୍‌ ନମ୍ବରରେ ଡାନସ୍‌ କରିବାକୁ ମନା କରି ନାହାନ୍ତି। ସେ ପ୍ରଥମେ ଆଇଟମ୍‌ ଗର୍ଲ ବନିଥିଲେ ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ ଅଭିମନ୍ୟୁ’ ରେ ।

publive-image
ଏଥିରେ ନମ୍ରତାଙ୍କ ଉପରେ ପିକ୍ଚରାଇଜ୍‌ ହୋଇଥିିବା ଆଇଟମ୍‌ ନମ୍ବରଟି ହେଲା - ‘ ମଝି ଦରିଆରେ ସ୍‌ଲବଲ...ରୋହି ସାଙ୍ଗେ ଇଲିସିର ବାହାଘର...’। ଏହା ବେଶ୍‌ ଲୋକପ୍ରିୟ ବି ହୋଇଥିଲା। ନମ୍ରତାଙ୍କୁ ସିନେପ୍ରେମୀ ପ୍ରାୟ ୬ ବର୍ଷ ହେବ ଓଡ଼ିଆ ଛବିରେ ଦେଖିବାକୁ ପାଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe