ତନୁଶ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ ପରେ ପ୍ରଥମ ଥର ଗଣମାଧ୍ୟମ ସମ୍ମୁଖକୁ ଆସି ନାନା ପାଟେକର ଏପରି ମତ ରଖିଲେ

Advertisment
ତନୁଶ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ ପରେ ପ୍ରଥମ ଥର ଗଣମାଧ୍ୟମ ସମ୍ମୁଖକୁ ଆସି ନାନା ପାଟେକର ଏପରି ମତ ରଖିଲେ

ନୂଆଦିଲ୍ଲୀ: ତନୁଶ୍ରୀ ଦତ୍ତା ଆଣିଥିବା ବିବାଦକୁ ନେଇ ନାନା ପାଟେକର କିଛିଦିନ ତଳେ କହିଥିଲେ କି ସେ ସୋମବାର ଅର୍ଥାତ୍‌ ଅକ୍ଟୋବର ୮ ତାରିଖରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜ ମତ ରଖିବେ। ସୋମବାର ସକାଳେ ଖବର ଆସିଥିଲା କି ସେ ନିଜ ସାମ୍ବାଦିକ ସମ୍ମିଳନୀକୁ ବାତିଲ୍‌ କରି ଦେଇଛନ୍ତି।

ଏହାପରେ ବହୁ ସମୟ ଧରି ଘର ସମ୍ମୁଖରେ ଗଣମାଧ୍ୟମଙ୍କ ଉପସ୍ଥିତି ଓ ଅପେକ୍ଷାକୁ ଦେଖି ନାନା ପାଟେକର ପ୍ରଥମେ ତାଙ୍କ ପୁଅ ମହ୍ଲାରଙ୍କୁ କଥା ହେବାକୁ ପଠାଇ ଥିଲେ। ମହ୍ଲାର କହିଥିଲେ, ମୁଁ ଆପଣ ସମସ୍ତଙ୍କୁ ଜଣାଇ ରଖିବାକୁ ଚାହୁଁଛି ନାନା ସାହେବଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। ସେ ୬୯ବର୍ଷର, ଏକା ସହିତ ଗଣମାଧ୍ୟମର ଏତେ ଲୋକଙ୍କ ସହିତ କଥା ହେବା ତାଙ୍କ ପକ୍ଷେ ସମ୍ଭବ ନୁହେଁ, ସେଥିପାଇଁ ସେ ଧୀରେଧୀରେ ୨ରୁ ୪ଦିନ ଭିତରେ ଗଣମାଧ୍ୟମର ସମସ୍ତ ସାମ୍ବାଦିକଙ୍କ ସହ କଥା ହେବେ।

publive-image

ଗଣମାଧ୍ୟମର ଅନେକ ଅନୁରୋଧ କ୍ରମେ ନାନା ଶେଷରେ ଘରର ତଳକୁ ଆସିଥିଲେ, ‘ସେ କେବଳ ହିନ୍ଦୀ ଓ ମରାଠୀ ଭାଷାରେ ଏତିକି କହିଥିଲେ କି ତାଙ୍କ ଓକିଲ ତାଙ୍କୁ ଏହି ମାମଲା ଉପରେ ନେଇ କୌଣସି କଥା କାହା ସହିତ ଆଲୋଚନା କରିବାକୁ ମନା କରିଛନ୍ତି। ଯେତେବେଳେ ତାଙ୍କ ଓକିଲ ଗଣମାଧ୍ୟମ ସହ ଏ ପ୍ରସଙ୍ଗରେ କଥା ହେବାକୁ ଅନୁମତି ଦେବେ ସେ ନିଶ୍ଚୟ କଥା ହେବେ। ଏବେ ତାଙ୍କୁ ତ କୌଣସି ନୂଆ କଥା କହିବାର ହିଁ ନାହିଁ, ଯେଉଁ କଥା ସେ ଦଶବର୍ଷ ପୂର୍ବେ କହିଥିଲେ ସେୟା ହିଁ ରହିବ। ୧୦ବର୍ଷ ପୂର୍ବେ ଯାହା ସତ ଥିଲା ଆଜି ବି ତାହା ସତ ଅଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe