ପରସ୍ପରକୁ ଚୁମ୍ବନ ଦେଇ ବିବାହ କରୁଥିବା ଘୋଷଣା କଲେ ନରେଶ-ପବିତ୍ରା

ପରସ୍ପରକୁ ଚୁମ୍ବନ ଦେଇ ବିବାହ କରୁଥିବା ଘୋଷଣା କଲେ ନରେଶ-ପବିତ୍ରା

ନୂଆଦିଲ୍ଲୀ: ଚର୍ଚ୍ଚାରେ ତେଲୁଗୁ ଅଭିନେତା ନରେଶ। ଅନେକ ଫିଲ୍ମରେ କାମ କରି ଲୋକପ୍ରିୟ ହୋଇଥିବା ନରେଶ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଅଭିନେତ୍ରୀ ପବିତ୍ରା ଲୋକେଶଙ୍କୁ ବିବାହ କରୁଥିବା ଘୋଷଣା କରି ଲାଇମଲାଇଟକୁ ଆସିଛନ୍ତି। ଏହି ଘୋଷଣା କରିବାକୁ ଯାଇ ନରେଶ ପବିତ୍ରାଙ୍କ ସହ ଏକ ଭିଡିଓ ଟ୍ବିଟ କରିଛନ୍ତି। ଭିଡିଓ ଶେଷରେ ଦୁହେଁ ପରସ୍ପରକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି।

ଟ୍ବିଟ କରାଯାଇଥିବା ଭିଡିଓରେ ନରେଶ ଓ ପବିତ୍ରା କେକ୍ କାଟୁଥିବା ବେଳେ ପରସ୍ପରକୁ କେକ୍ ଖୁଆଉଛନ୍ତି। ଏହା ପରେ ଦୁହେଁ ବାଲକୋନୀକୁ ଯାଇ ପରସ୍ପରକୁ ଚୁମ୍ବନ ଦେଉଛନ୍ତି। ଝରକା ବାହାରେ ବାଣ ଫୁଟୁଥିବାର ମଧ୍ୟ ଦେଖିବାକୁ ମିଳିଛି। ନରେଶ ଏହି ଭିଡିଓ ସେୟାର କରିବା ବେଳେ ଏବେ ଦୁହିଁଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବ‌ାରେ ଲାଗିଛି।

ଖବର ଅନୁଯାୟୀ ନରେଶ ଏବଂ ପବିତ୍ରା ଲୋକେଶ ଫିଲ୍ମ 'ସମୋହନମ' ସେଟରେ ଦେଖା ହୋଇ ପରସ୍ପରର ପ୍ରେମରେ ପଡିଥିଲେ। ଏହି ପ୍ରେମୀଯୁଗଳ କିଛି ଦିନ ପାଇଁ ଲିଭ-ଇନରେ ରହୁଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe