ଆମେରିକାନ ସେଫଙ୍କ ସହ ଡେଟ୍‌ କରୁଛନ୍ତି ରକ୍‌ଷ୍ଟାର ଫେମ ନର୍ଗିସ ଫକ୍‌ରି

Advertisment
ଆମେରିକାନ ସେଫଙ୍କ ସହ ଡେଟ୍‌ କରୁଛନ୍ତି ରକ୍‌ଷ୍ଟାର ଫେମ ନର୍ଗିସ ଫକ୍‌ରି

India Today

ବଲିଉଡ୍‌ ଅଭିନେତ୍ରୀ ନର୍ଗିସ ଫକ୍‌ରି ଫିଲ୍ମ ‘ରକ୍‌ଷ୍ଟାର୍‌’ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ବେଳେ ରଣବୀର କପୁରଙ୍କ ସହ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ନର୍ଗିସ ସବୁବେଳେ ନିଜ ପ୍ରେମକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଉଦୟ ‌ଚୋପ୍ରାଙ୍କ ସହ ତାଙ୍କର ସମ୍ପର୍କ ଖୁବ୍‌ ଚର୍ଚ୍ଚିତ ହୋଇଥିଲା। ଉଦୟଙ୍କ ସହ ବ୍ରେକଅପ୍‌ ପରେ ସେ ଫିଲ୍ମ ‌ନିର୍ମାତା ମୈଟ୍‌ ଆଲୋଞ୍ଜାଙ୍କ ସମ୍ପର୍କରେ ଥିଲେ। ମାତ୍ର ଦୁହେଁ ବେଶିଦିନ ସମ୍ପର୍କରେ ରହିପାରିନଥିଲେ। ଏବେ ନର୍ଗିସ ଆମେରିକା ସେଫ୍‌ ଜଷ୍ଟିନ୍‌ ସଣ୍ଟୋସ୍‌ଙ୍କୁ ଡେଟ୍‌ କରୁଛନ୍ତି। ଉଭୟଙ୍କର ଭିଡିଓ ଓ ଫଟୋ ସେୟାର ହୋଇଛି। ଦୁହେଁ ଛୁଟି ମନାଇବାକୁ ଯାଇଥିବା ବ‌େଳେ ସୁଟିଂ ରେଞ୍ଜ୍‌ରେ ନର୍ଗିସ ଜଷ୍ଟିନ୍‌ଙ୍କଠାରୁ ବନ୍ଧୁକ ଚାଳନା ଶିଖୁଥିବା ଭିଡିଓରେ ନଜର ଆସିଛନ୍ତି। ଭିଡିଓର କ୍ୟାପ୍ସନରେ ନର୍ଗିସ ଲେଖିଛନ୍ତି, ଯେବେ ସେ ଆପଣଙ୍କୁ ସୁଟିଂ ପାଇଁ ନେଇକି ଯାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe