କଶ୍ମୀରୀ ଉଦ୍ୟୋଗୀଙ୍କୁ ବିବାହ କଲେ ଅଭିନେତ୍ରୀ ନର୍ଗିସ୍

Advertisment

ବଲିଉଡ ଫିଲ୍ମ 'ରକଷ୍ଟାର' ଅଭିନେତ୍ରୀ ନର୍ଗିସ ଫଖ୍ରୀ ତାଙ୍କ ପ୍ରେମିକ ଟୋନି ବେଗଙ୍କୁ ବିବାହ କରିଛନ୍ତି। ବିବାହ ଖୁବ ବ୍ୟକ୍ତିଗତ ଥିଲା। ବିବାହରେ କେବଳ ପରିବାର ଲୋକେ ଉପସ୍ଥିତି ଥିଲେ। ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କ ସ୍ୱାମୀ କିଏ ଏବଂ ସେ କ'ଣ କରନ୍ତି।

ବଲିଉଡ ଫିଲ୍ମ 'ରକଷ୍ଟାର' ଅଭିନେତ୍ରୀ ନର୍ଗିସ ଫଖ୍ରୀ ତାଙ୍କ ପ୍ରେମିକ ଟୋନି ବେଗଙ୍କୁ ବିବାହ କରିଛନ୍ତି। ବିବାହ ଖୁବ ବ୍ୟକ୍ତିଗତ ଥିଲା। ବିବାହରେ କେବଳ ପରିବାର ଲୋକେ ଉପସ୍ଥିତି ଥିଲେ। ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କ ସ୍ୱାମୀ କିଏ ଏବଂ ସେ କ'ଣ କରନ୍ତି।

tnargisw

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନର୍ଗିସ୍ ଫଖ୍ରୀ ତାଙ୍କର ଦୀର୍ଘଦିନର ପ୍ରେମିକ ତଥା ଆମେରିକାର ଉଦ୍ୟୋଗୀ ଟୋନି ବେଗଙ୍କୁ ଲୁଚିଛପି ବିବାହ କରିଛନ୍ତି। ନର୍ଗିସ୍ ଏହି ଖବରକୁ ନିଶ୍ଚିତ କରିନଥିଲେ ବି ବିବାହ ପାର୍ଟିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ବିବାହ ଗତ ସପ୍ତାହାନ୍ତରେ ହୋଇଥିଲା ଏବଂ ଏହି ଦମ୍ପତି ଏବେ ସ୍ୱିଜରଲ୍ୟାଣ୍ଡକୁ ସେମାନଙ୍କ ହନିମୁନ ପାଇଁ ଯାଇଛନ୍ତି। ନର୍ଗିସଙ୍କ ବିବାହ କାର୍ଯ୍ୟ କାଲିଫର୍ନିଆର ଏକ ମହଙ୍ଗା ହୋଟେଲରେ ହୋଇଥିଲା ବୋଲି କୁହାଯାଉଛି। ଆସନ୍ତୁ ଜାଣିବା ନର୍ଗିସଙ୍କ ସ୍ୱାମୀ ଟୋନି ବେଗ୍ କିଏ?

ନର୍ଗିସ୍ ଫଖ୍ରୀଙ୍କ ସ୍ୱାମୀ ଟୋନି ବେଗ୍ କଶ୍ମୀରରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ସଫଳ ବ୍ୟବସାୟୀ ଏବଂ ନିବେଶକ। ଏବେ ସେ ଡିଓଜ୍ ଗ୍ରୁପ୍‌ର ସଭାପତି ଭାବେ ଦାୟିତ୍ବ ତୁଲାଉଛନ୍ତି । ଟୋନି ମେଲବର୍ଣ୍ଣର ଭିକ୍ଟୋରିଆ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିରୁ ଏମବିଏ ଡିଗ୍ରୀ ହାସଲ କରିଥିବା ବେଳେ ୨୦୦୬ମସିହାରେ ତାଙ୍କର ବ୍ୟବସାୟ ଜୀବନ ଆରମ୍ଭ କରିଥିଲେ। ଏବେ ସେ ଜଣେ ସଫଳ ଉଦ୍ୟୋଗୀ ହୋଇସାରିଛନ୍ତି। ଟୋନି ଟେଲିଭିଜନ ପ୍ରଯୋଜକ ଜନି ବେଗଙ୍କ ଭାଇ । ତାଙ୍କ ପିତା, ଶକିଲ ଅହମ୍ମଦ ବେଗ୍ ଜଣେ ପ୍ରସିଦ୍ଧ ରାଜନେତା। ସେ ପୂର୍ବରୁ ଜମ୍ମୁ ଏବଂ କାଶ୍ମୀରର ଡେପୁଟି ଇନ୍ସପେକ୍ଟର ଜେନେରାଲ ଭାବରେ କାର୍ଯ୍ୟ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe