ଭଉଣୀ ବିରୋଧରେ ହତ୍ୟା ଅଭିଯୋଗ ‌ପରେ ନର୍ଗୀସ ସେୟାର କଲେ ପ୍ରଥମ ପୋଷ୍ଟ

Advertisment

ଅନ୍ୟ ଲୋକମାନଙ୍କ ଭଳି ଟେଲିଭିଜନ ମାଧ୍ୟମରୁ ଭଉଣୀ ଆଲିଆଙ୍କ ବିରୋଧରେ ହୋଇଥିବା ହତ୍ୟା ଅଭିଯୋଗର ଖବର ପାଇଥିଲେ ନର୍ଗୀସ। ୨୦ବର୍ଷ ହେବ ଭଉଣୀଙ୍କ ସହିତ ଅଭିନେତ୍ରୀଙ୍କ ନାହିଁ କୌଣସି ସମ୍ପର୍କ।

Updated On

ଅନ୍ୟ ଲୋକମାନଙ୍କ ଭଳି ଟେଲିଭିଜନ ମାଧ୍ୟମରୁ ଭଉଣୀ ଆଲିଆଙ୍କ ବିରୋଧରେ ହୋଇଥିବା ହତ୍ୟା ଅଭିଯୋଗର ଖବର ପାଇଥିଲେ ନର୍ଗୀସ। ୨୦ବର୍ଷ ହେବ ଭଉଣୀଙ୍କ ସହିତ ଅଭିନେତ୍ରୀଙ୍କ ନାହିଁ କୌଣସି ସମ୍ପର୍କ।

ଅଦ୍ୟତନ ହୋଇଛି
ଡ଼ଫଡ଼

ନ୍ୟୁୟର୍କ: ଅଭିନେତ୍ରୀ ନର୍ଗୀସ ଫକ୍ରି ବଲିଉଡରେ ଅନେକ ସିନେମାରେ କାମ କରିସାରିଛନ୍ତି। କିଛିଦିନ ହେବ ନର୍ଗୀସ ତାଙ୍କ ଭଉଣୀଙ୍କ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। କାରଣ ନର୍ଗୀସଙ୍କ ଭଉଣୀଙ୍କ ବିରୋଧରେ ହତ୍ୟା ଅଭିଯୋଗ  ହୋଇଛି। ଏହି ଘଟଣାକୁ ନେଇ ନର୍ଗୀସ ଏଯାବତ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ଏକ ପୋଷ୍ଟ ସେୟାର କରିଛନ୍ତି। ଅଭିନେତ୍ରୀଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ନର୍ଗୀସ ନିଜର ଇନଷ୍ଟାଗ୍ରାମ ଷ୍ଟୋରିଜରେ ନିଜର ଆଗାମୀ ସିନେମା ହାଉସଫୁଲ ୫ ଷ୍ଟାର୍ସ ସହିତ ନିଜର ‌ଫଟୋ ପୋଷ୍ଟ କରିଛନ୍ତି। ଫ‌ଟୋରେ ନର୍ଗୀସ ତାଙ୍କର ସାଙ୍ଗମାନଙ୍କ ସହିତ ଖୁବ ମଜା କରୁଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟରେ ନର୍ଗୀସ କ୍ୟାପସନ ନେଇ ଲେଖିଛି, ‘ମୁଁ ଆପଣମାନଙ୍କ ପାଇଁ ଆସୁଛି।’ 

ପ୍ରକାଶିତ ରି‌ପୋର୍ଟ ମୁତାବକ, ଆମେରିକାର ନ୍ୟୁୟର୍କ ସିଟିରେ ନଭେମ୍ବର ୨୩ ତାରିଖରେ ୪୩ ବର୍ଷୀୟା ଆଲିଆ ତାଙ୍କ ପୂର୍ବତନ ପ୍ରେମିକ ଏଡୱାର୍ଡ ଯାଦବଙ୍କ ଘରେ ନିଆଁ ଲଗାଇ ଦେବାରୁ ଅଗ୍ନିକାଣ୍ଡରେ ତାଙ୍କ ପ୍ରେମିକଙ୍କ ସହ ପ୍ରେମିକଙ୍କ ୩୫ ବର୍ଷୀୟ ବନ୍ଧୁ ଆନାସ୍ତାସିଆ ଏଟିଏନେଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। 

ଓକିଲଙ୍କ କହିବାନୁସାରେ, ପ୍ରେମିକ ଯାଦବ ସେମାନଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କରୁ ଓହରି ଯିବାରୁ ରାଗି ଯାଇଥିଲେ ଆଲିଆ। ସେ ରାଗରେ ନିଜର ଭାରସାମ୍ୟ ହରାଇ ଏପରି କରି ବସିଛନ୍ତି।

ଏହି ଅଭିଯୋଗକୁ ଆଲିଆଙ୍କ ମା’ ଖଣ୍ଡନ କରି ଦେଇଥିବା ବେଳେ ନର୍ଗୀସ ବି ଏସବୁ ଘଟଣା ଅନ୍ୟଲୋକମାନଙ୍କ ଭଳି ଟେଲିଭିଜନ ମାଧ୍ୟମରୁ ଜାଣି ପାଇଥିଲେ। କାରଣ ଶୁଣିବାକୁ ମିଳୁଛି ନର୍ଗୀସଙ୍କ ତାଙ୍କ ଭଉଣୀ ଆଲିଆଙ୍କ ସହ ଦୀର୍ଘ ୨୦ବର୍ଷ ହେବ କୌଣସି ପ୍ରକାର ସମ୍ପର୍କ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe