‘ମୁଁ କହିବି ମୁସଲମାନଙ୍କୁ ଘୃଣା କରିବା ଆଜିକାଲି ଫ୍ୟାସନରେ ପରିଣତ ହୋଇଗଲାଣି’: ନସିରୁଦ୍ଦିନ ଶାହ

Advertisment
‘ମୁଁ କହିବି ମୁସଲମାନଙ୍କୁ ଘୃଣା କରିବା ଆଜିକାଲି ଫ୍ୟାସନରେ ପରିଣତ ହୋଇଗଲାଣି’: ନସିରୁଦ୍ଦିନ ଶାହ

ମୁମ୍ବାଇ: ଭେଟରାନ ଆକ୍ଟର ନସିରୁଦ୍ଦିନ ଶାହଙ୍କ ଜୀବନ୍ତ ଅଭିନୟ ଯାଦୁକୁ ସମସ୍ତେ ପସନ୍ଦ କରିଥାଆନ୍ତି। ନସିରୁଦ୍ଦିନ ପ୍ରାୟତଃ ବିଭିନ୍ନ ପ୍ରସଙ୍ଗକୁ ନେଇ ଦେଉଥିବା ବୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି।

ନିକଟ‌ରେ ଏକ ସାକ୍ଷାତକାରରେ ଅଭିନେତା ନସିରୁଦ୍ଦିନ ଦେଇଥିବା ବୟାନ ଚର୍ଚ୍ଚାରେ ରହିବା ସହିତ ବିବାଦୀୟ ରହିଛି। ନସିରୁଦ୍ଦିନ ନର୍ବାଚନ ଆୟୋଗ ଓ ମୋଦୀ ସରକାରଙ୍କୁ ଆକ୍ଷେପ କରି କହିଛନ୍ତି, ‘ଅନସ୍କ୍ରିନ ଯାହା ଦେଖା ଯାଉଛି ତାହା ବାସ୍ତବ‌ରେ ଘଟୁଛି। ଭୋଟ ପାଇବା ପାଇଁ ଇସଲାମାଫୋବିଆର ବ୍ୟବହାର କରାଯାଉଛି। ଅଶିକ୍ଷତ ଲୋକଙ୍କ କଥା ପଛରେ ଥାଉ, ପାଠପଢ଼ା ଲୋକ ବି ମୁସଲମାନଙ୍କୁ ଘୃଣା କରୁଛନ୍ତି। ଏମିତି କରିବା ପାଇଁ ଏଜେଣ୍ଡା ବିସ୍ତାର କରାଯାଉଛି।

ଆମ ଦେଶ ଏକ ଧର୍ମ ନିରପେକ୍ଷ ଦେଶ ଓ ଏଠାରେ ଲୋକତନ୍ତ୍ର ଶାସନ ଚାଲିଥାଏ। କିନ୍ତୁ ମୁଁ ଦେଖୁଛି ଏବେ ପ୍ରତି କ୍ଷେତ୍ରରେ ଧର୍ମର ପରିଚୟ ଦେବାକୁ ପଡ଼ୁଛି। ରାଜନୈତିକ ପାର୍ଟି ନିର୍ବାଚନୀ ରାଲିରେ ଖୋଲାଖୋଲି ଭାବେ ଧର୍ମ ନାମରେ ଭୋଟ ମାଗୁଛନ୍ତି। ହେଲେ ସର୍ବସମ୍ମୁଖରେ ଯଦି କୌଣସି ମୁସଲମାନ ନିଜ ଆହ୍ଲା ନାଁ ଧରି ଦେଉଛନ୍ତି ତାଙ୍କୁ ମାଡ଼ ମରାଯାଉଛି। ଏହା କ’ଣ ଠିକ।

ସତ୍ତାରେ ଥିବା ପାର୍ଟି ବହୁ ସହଜ‌ରେ ଲୋକଙ୍କ ମନରେ ଏସବୁ ଚିନ୍ତାଧାରକୁ ଭରି ଦେଉଛନ୍ତି। ଯେଉଁ ନେତା ଭୋଟ ପାଇବା ପାଇଁ  ଧର୍ମର ବ୍ୟବହାର କରୁଛନ୍ତି, ସେମାନଙ୍କ ପ୍ରତି ନିର୍ବାଚନ ଆୟୋଗ ମୁଖ ଦର୍ଶକ ପାଲଟି ଯାଇଛି। ଆଶା କରୁଛି ଏସବୁକୁ ଖୁବଶୀଘ୍ର ‌ଶେଷ କରାଯାଉ। ଯାହା ସମସ୍ତଙ୍କ ପାଇଁ ଭଲ ହେବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe