ସଲମାନ ଖାନ୍‌ ଏବଂ ତାଙ୍କ ଫିଲ୍ମକୁ ନେଇ ଏଭଳି ମନ୍ତବ୍ୟ ରଖିଲେ ବଲିଉଡ୍‌ର ଦିଗ୍ଗଜ ଅଭିନେତା ନସିରୁଦ୍ଦିନ ଶାହା, ଜାଣିବା ପରେ ବିରୋଧ କରି ପାରନ୍ତି ସଲମାନଙ୍କ ପ୍ରଶଂସକ...

Advertisment
ସଲମାନ ଖାନ୍‌ ଏବଂ ତାଙ୍କ ଫିଲ୍ମକୁ ନେଇ ଏଭଳି ମନ୍ତବ୍ୟ ରଖିଲେ ବଲିଉଡ୍‌ର ଦିଗ୍ଗଜ ଅଭିନେତା ନସିରୁଦ୍ଦିନ ଶାହା, ଜାଣିବା ପରେ ବିରୋଧ କରି ପାରନ୍ତି ସଲମାନଙ୍କ ପ୍ରଶଂସକ...

Zee News

ମୁମ୍ବାଇ: ବଲିଉଡ୍‌ରେ ନିଜର ଅଭିନୟ ଯାଦୁରେ ସମସ୍ତଙ୍କୁ ବାନ୍ଧିବା ସହ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତା ନସିରୁଦ୍ଦିନ ଶାହା । ଶେଷ ଥର ପାଇଁ ତାଙ୍କୁ ଫିଲ୍ମ ହୋପ୍‌ ଔର ହମ୍‌ରେ ଦର୍ଶକେ ଦେଖିବାକୁ ପାଇଥିଲେ । ଏହି ଫିଲ୍ମଟି ଚଳିତ ବର୍ଷ ମେ ମାସରେ ରିଲିଜ୍‌ ହୋଇଥିଲା । କିଛି ଦିନ ହେବ ସେ ଲାଇମ୍‌ ଲାଇଟ୍‌ରୁ ନିଜକୁ ଦୂରରେ ରଖିଥିବା ବେଳେ ଏବେ ସଲମାନଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ନସିରୁଦ୍ଦିନ୍‌ ଶାହା ।

publive-image Hindustan Times

ତାଙ୍କ ମତରେ, "ଫିଲ୍ମଗୁଡ଼ିକ ଯୁବପିଢ଼ିମାନଙ୍କୁ ଆଗକୁ ବଢ଼ାଇବା ପାଇଁ ପଥ ପ୍ରଦର୍ଶକ ହୋଇଥାଏ । ଯାହାକୁ ଦେଖି ପିଲାମାନେ କିଛି ଶଖିବା ସହ ଆଗକୁ ବଢ଼ିବେ । ଯାହାର ଦାୟିତ୍ୱ ଆମମାନଙ୍କ ଉପରେ ରହିଛି । କିନ୍ତୁ ଆଜିକାଲି ତିଆରି କରାଯାଉଥିବା ଫିଚର ଫିଲ୍ମରୁ ପିଲାମାନେ କିଛି ଶିଖିବାକୁ ପାଉନାହାଁନ୍ତି । ଯାହା କିଛି ଶିକ୍ଷଣୀୟ ଜିନିଷ ରହିଛି ତାହା ଡ଼କ୍ୟୁମେଣ୍ଟ୍ରି ଫିଲ୍ମରେ ରହିଛି । ଯାହା ପାଇଁ ମୁଁ ‘ଏ େଓ୍ଵଡ଼୍‍ନେସ୍‌ ଡ଼େ’ ଏବଂ ‘ରୋଗନ ଜୋଶ’ ଭଳି ଫିଲ୍ମରେ କାମ କରିଛି । ମୁଁ ଏବେ ଏଭଳି ଫିଲ୍ମ କରୁଛି, ଯାହାକୁ ୨୦୦ବର୍ଷ ପରେ ମଧ୍ୟ ପିଲାମାନେ ଦେଖି ପାରିବେ । ଲୋକମାନେ ଜାଣିବା ଦରକାର ୨୦୧୮ରେ ଭାରତୀୟ ସିନେମା କିପରି ଥିଲା । ଏମିତି ନ ହେଉ କି ୨୦୦ ବର୍ଷ ପୂର୍ବେ ସେମାନେ କେବଳ ସଲମାନଙ୍କର ହିଁ ଫିଲ୍ମ ଦେଖିବାକୁ ବାଧ୍ୟ ହୁଅନ୍ତୁ" ବୋଲି କହିଥିଲେ ନସିରୁଦ୍ଦିନ ଶାହା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe