ପ୍ରିୟଙ୍କାଙ୍କ ସହ ଭେଟ ହୋଇଛି ବୋଲି ମୋର ବିଶ୍ୱାସ ହେଉ ନାହିଁ: ମଲାଲା

Advertisment
ପ୍ରିୟଙ୍କାଙ୍କ ସହ ଭେଟ ହୋଇଛି ବୋଲି ମୋର ବିଶ୍ୱାସ ହେଉ ନାହିଁ: ମଲାଲା
ନୂଆଦିଲ୍ଲୀ: ନବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜଇ ଓ ପ୍ରିୟଙ୍କା ଚ୍ରୋପାଙ୍କ ଭେଟ ସଂଯୁକ୍ତ ରାଷ୍ଟ୍ର ସାଧାରଣ ପରିଷଦ ବୈଠକରେ ହୋଇଥିଲା। ମଲାଲା ଏ ସମ୍ପର୍କରେ ଟୁଇଟର ଜରିଆରେ ସୂଚନା ଦେଇ କହିଛନ୍ତି, ମୁଁ ବିଶ୍ୱାସ କରି ପାରୁନାହିଁ କି ପ୍ରିୟଙ୍କା ଚୋପ୍ରାଙ୍କ ସହିତ ମୋର ଭେଟ ହୋଇଛି।’ ମଲାଲାଙ୍କ ଏହି ଟୁଇଟକୁ ଏଯାବତ୍‌ ୨୦ହଜାର ଲୋକ ଲାଇକ୍‌ କରି ସାରିଲେଣି। ପାଖାପାଖି ୨୬୦୦ରୁ ଅଧିକ ରିଟୁଇଟ ମଧ୍ୟ କରିଛନ୍ତି।
 ମଲାଲାଙ୍କ ଏହି ଟୁଇଟର ଜବାବରେ ପ୍ରିୟଙ୍କା କହିଛନ୍ତି, ‘ମୋ ପାଖରେ ବି ଶବ୍ଦ ନାହିଁ ତୁମ ବିଷୟରେ କିଛି କହିବାକୁ। ତୁମେ ଏତେ କମ୍‌ ବୟସରେ କେମିତି ଏତେ ସଫଳତା ହାସଲ କରିଛି ତାହା ଆଶ୍ଚର୍ଯ୍ୟର କଥା।’  ପ୍ରିୟଙ୍କା ନିଜର ଇନ୍‌ଷ୍ଟାଗ୍ରାମରେ ବି ମଲାଲାଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି ଏବଂ କହିଛନ୍ତି, ‘ମୁଁ ଏହି ଝିଅ ଉପରେ ଏକ ଉପନ୍ୟାସ ଲେଖିବାକୁ ଚାହେଁ।’
ପ୍ରିୟଙ୍କା ୟୁନିସେଫର ଗୁଡବିଲ ଆମ୍ବାସଡର ରହିଛନ୍ତି। ସେ ଗ୍ଲୋବଲ ଗୋଲ୍ସ ଆଓ୍ଵାର୍ଡ ସମାରୋହରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe