ନତାଶାଙ୍କ ମ୍ୟୁଜିକ ଭିଡିଓ ବିଷୟରେ ଜାଣି ଏଭଳି କମେଣ୍ଟ କଲେ ହାର୍ଦ୍ଦିକଙ୍କ ଭାଇ

ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଅଲଗା ହୋଇଯାଇଛନ୍ତି | ଅଲଗା ହେବାର ଘୋଷଣା ପରେ ଏବେ ନତାଶା ପରଦାକୁ ଫେରିବେ ବୋଲି ଜଣାଇଛନ୍ତି।

natasaa

ମୁମ୍ବାଇ: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଅଲଗା ହୋଇଯାଇଛନ୍ତି | ଉଭୟ କିଛି ଦିନ ତଳେ ନିଜର ଛାଡପତ୍ର ବାବଦରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ। ନତାଶା ଓ ହାର୍ଦ୍ଦିକ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତି। ଛାଡ଼ପତ୍ର ଘୋଷଣା ପରେ ଦୁହେଁ ଏହା ପଛର କାରଣ ଜଣାଇନଥିବା ବେଳେ ଏବେ ନାତାଶା ପୁଣି ଥରେ ପରଦାକୁ ଫେରିବାକୁ ଯାଉଛନ୍ତି। ବଡ଼ ପରଦା ନହେଲେ ବି ସେ ଖୁବଶୀଘ୍ର ଏକ ମ୍ୟୁଜିକ୍ ଭିଡିଓରେ ନଜର ଆସିବେ । ଏନେଇ ସେ ଇନଷ୍ଟାରେ ଏକ ପୋଷ୍ଟ କରି ଜଣାଇଛନ୍ତି ।

ତାଙ୍କର ଏହି ଭିଡିଓର ନାମ ହେଉଛି 'ତେରେ କରକେ' | ସେ ପୋଷ୍ଟରରେ ଗାୟକ 'ପ୍ରୀତିନ୍ଦର'ଙ୍କ ସହ ନଜର ଆସିଛନ୍ତି। ପୋଷ୍ଟରରେ ଲୋକମାନେ ନତାଶାଙ୍କ ଲୁକକୁ ବହୁତ ପସନ୍ଦ କରିଛନ୍ତି | ପୋଷ୍ଟର ସହ ଗୀତର ଟିଜର ମଧ୍ୟ ରିଲିଜ୍ ହୋଇସାରିଛି। 

ଟିଜରରେ ନତାଶାଙ୍କ ନୃତ୍ୟ ଓ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି। ତେବେ ନତାଶା କରିଥିବା ଇନଷ୍ଟା ପୋଷ୍ଟରେ ହାର୍ଦ୍ଦିକଙ୍କ ବଡ଼ ଭାଇ ଅର୍ଥାତ୍ କୃଣାଲ ପାଣ୍ଡ୍ୟା କମେଣ୍ଟ କରିଥିବା ଦେଖାଯାଇଛି। ‌ସେ କମେଣ୍ଟ କରି ହୃଦୟ ଇମୋଜି ଦେଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe