ଅଲଗା ହେଉଥିବା ଘୋଷଣା ପରେ ଏହି ଫଟୋ ପୋଷ୍ଟ କଲେ ନତାଶା

Advertisment
ଅଲଗା ହେଉଥିବା ଘୋଷଣା ପରେ ଏହି ଫଟୋ ପୋଷ୍ଟ କଲେ ନତାଶା

ମୁମ୍ବାଇ: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଅଲଗା ହୋଇଯାଇଛନ୍ତି। ଉଭୟ ଗୁରୁବାର ଅଲଗା ହେଉଥିବା ବାବଦରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ। ନତାଶା ଓ ହାର୍ଦ୍ଦିକ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତି। ନତାଶା ନିଜ ନାମରୁ ପାଣ୍ଡ୍ୟା ହଟାଇବା ସହ ସ୍ୱାମୀଙ୍କ ସହ ସବୁ ଫଟୋ ହଟାଇ ଦେଇଥିଲେ। ଏହାକୁ ଦେଖିବା ପରେ ଦୁହିଁଙ୍କ ମଧ୍ୟରେ କିଛି ଠିକ ନଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ତେବେ ଦୁହେଁ ଅଲଗା ହୋଇଥିଲେ ବି ନିଜ ପୁଅ ଅଗସ୍ତ୍ୟ ପାଇଁ ମାତାପିତାଭାବେ ଦାୟିତ୍ବ ତୁଲାଇବେ ଜଣାଇଛନ୍ତି ହାର୍ଦ୍ଦିକ-ନତାଶା। ତେବେ ଅଲଗା ହେଉଥିବା ବିଷୟରେ ଘୋଷଣା କରିବା ପରେ ନତାଶା ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋ‌ରେ ପୁଅ ଅଗସ୍ତ୍ୟ ଖେଳୁଥିବାର ନଜର ଆସିଛନ୍ତି। କୁହାଯାଉଛି ଯେ, ନତାଶା ଏବେ ସର୍ବିଆରେ ଥିବା ନିଜ ବାପ ଘରକୁ ଚାଲିଯାଇଛନ୍ତି।

ତେବେ ଅଲଗା ହେଉଥିବା ଘୋଷଣା କରି ନତାଶା ଲେଖିଥିଲେ, ହାର୍ଦ୍ଦିକ ଏବଂ ମୁଁ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଦୁହେଁ ଏକାଠି ରହି ନିଜର ସର୍ବଶ୍ରେଷ୍ଠ ସମୟ ଦେଇଥିଲୁ। କିନ୍ତୁ ବର୍ତ୍ତମାନ ଦୁହେଁ ସମାନ ନିଷ୍ପତ୍ତି ନେଇଛୁ । ଏହା ଆମ ପାଇଁ ବହୁତ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା। ଅଗସ୍ତ୍ୟ ଉଭୟଙ୍କ ଜୀବନର ଏକ ଅଂଶ ହୋଇ ରହିବ। ଆମେ ଦୁହେଁ ତାଙ୍କୁ ସମସ୍ତ ଖୁସି ଦେବାକୁ ଚେଷ୍ଟା କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe