ନତାଶାଙ୍କ ସହ ପ୍ରେମ ସଂପର୍କ ବିଷୟରେ କଣ କହିଲେ ବରୁଣ

Advertisment
ନତାଶାଙ୍କ ସହ ପ୍ରେମ ସଂପର୍କ ବିଷୟରେ କଣ କହିଲେ ବରୁଣ

ବଲିଉଡ଼ ଷ୍ଟାର ବରୁଣ ଧଓ୍ଵନ୍‌ ଗତ ଦୁଇ ବର୍ଷ ହେବ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚିତ ହେଉଛନ୍ତି । ବରୁଣ ଧଓ୍ଵନଙ୍କର ଗଲଫେଣ୍ଡ ହେଲେ ନତାଶା ଦଲାଲ । ସେ ଦୁହେଁ ଅନେକ ସମୟରେ ହାତ ଧରାଧରି ହୋଇ ଯାଉଥିବାର ବି ଦେଖିବାକୁ ପାଇଛନ୍ତି ସିନେପ୍ରେମୀ । ଖାଲି ସେତିକି ନୁହେଁ ଏହି ପ୍ରେମୀ ଯୁଗଳ ଅନେକ ସମୟରେ ସମୟ କାଟୁଥିବାର ଖବର ବି ମିଳିଛି। ତେବେ ବରୁଣ ଏପର୍ଯ୍ୟନ୍ତ ନତାଶାଙ୍କ ସହିତ ତାଙ୍କ ପ୍ରେମ ସଂପର୍କ ବିଷୟରେ କିଛି ମନ୍ତବ୍ୟ ଦେଇନାହାନ୍ତି ।

ଏବର୍ଷ ବରୁଣ ତାଙ୍କ ପ୍ରେମିକା ନତାଶାଙ୍କୁ ବିବାହ କରିବେ ବୋଲି ଜୋର ସୋରରେ ଚର୍ଚ୍ଚା ହେଉଛି। ଏଥିରେ କେତେ ସତ୍ୟତା ଅଛି , ସେ ସଂପର୍କରେ ଆସନ୍ତୁ ଜାଣିବା ଅଭିନେତା ବରୁଣ ଧଓ୍ଵନ୍‌ କ’ଣ କହୁଛନ୍ତି। ।

publive-image photo-bollywood shadis.com

ବଲିଉଡର ହାର୍ଟଥ୍ରୋବ୍‌ ବରୁଣ ଧଓ୍ଵନ୍‌ କହିଛନ୍ତି , ନତାଶା ଜଣେ ସାଧାରଣ ଯୁବତୀ । ସେ ସାଧାରଣ ଜୀବନଯାପନ କରିବା ପାଇଁ ପସନ୍ଦ କରନ୍ତି । ନତାଶାଙ୍କ ସୁରକ୍ଷା କରିବା ମୋ ଦାୟିତ୍ୱ । ସେ ତାଙ୍କର ଏବଂ ନତାଶାଙ୍କ ସହ ତାଙ୍କ ପ୍ରେମ ସଂପର୍କ ବିଷୟରେ ମିଡ଼ିଆରେ କିଛି କହିବା ପାଇଁ ଚାହାନ୍ତି ନାହିଁ । ଏହା ସହ ବରୁଣ କହିଛନ୍ତି ଯେ ତାଙ୍କର ବିବାହ ଉପରେ ବିଶ୍ୱାସ ରହିଛି। ଏଥିପାଇଁ ଏକ ସଠିକ ସମୟ ଏବଂ ତାରିଖର ଆବଶ୍ୟକତା ରହିଛି। ଏଥିପାଇଁ ଫିଲିଂ ବହୁତ ଜରୁରୀ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe